କିନ୍ନରଙ୍କ ପାଇଁ ବିହାର ସରକାରଙ୍କ ଷ୍ଟାଟଅପ୍ ପଲିସି ! ବଦଳିବ କିନ୍ନର ସମୂଦାୟଙ୍କ ଜୀବନ

39

ବିହାରରେ କିନ୍ନର ସମୂଦାୟଙ୍କ ପାଇଁ ନୂଆ ଷ୍ଟାଟଅପ୍ ପଲିସି । ବଦଳିବ କିନ୍ନରଙ୍କ ଜୀବନ । ଆମ ସମାଜ କିନ୍ନରଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖେ । କେବଳ ସମାଜ ପାଇଁ ହିଁ ହାତରେ ଢ଼ୋଲ ଧରି ନିଜ ସମୂଦାୟ ସହ ଘର ଘର ଯାଇ ଶୁଭକାମନା ଜଣାଇବା ପାଇଁ ବାଧ୍ୟ ହୁଅନ୍ତି ଏମାନେ । ନିଜ ଇଚ୍ଛାରେ ବଞ୍ଚିବା ପାଇଁ ଚାହିଁଲେ ମଧ୍ୟ ବଞ୍ଚିପାରୁନାନ୍ତି । ଏମାନେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ପାଇବା ପାଇଁ ସବୁଦିନ ଲଢ଼େଇ କରୁଛନ୍ତି ।

nitish-kumarକିନ୍ତୁ ଏବେ କିନ୍ନରଙ୍କ ନାଚଗୀତ ତାଙ୍କ ପାଇଁ ଦୁର୍ବଳତା ନୁହେଁ ବରଂ ସମ୍ମାନରେ ବଞ୍ଚିବା ପାଇଁଁ, ଆତ୍ମବିଶ୍ୱାସ ହାସଲ କରିବା ପାଇଁ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ତାଙ୍କ ପାଇଁ ଏକ ଜରିଆ ହେବ । ଏହାକୁ ପୁରା କରିବା ପାଇଁ ସାହାଯ୍ୟ କରୁଛି, ନୀତିଶ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ଷ୍ଟାଟଅପ ନୀତି ୨୦୧୭’ । କିନ୍ନରଙ୍କ ପାଇଁ ଏପରି ଏକ ଅଭିନବ ଯୋଜନା କରିଛନ୍ତି ବିହାର ସରକାର । ବିହାର ଏବେ ସେହି ରାଜ୍ୟ ମାନଙ୍କରେ ସାମିଲ ହୋଇଛି, ଯେଉଁଠି ଷ୍ଟାର୍ଟଅପ୍ ନୀତି ଲାଗୁ ହୋଇଛି । ରାଜ୍ୟ ସରକାର ନୂତନ ଯୋଜନାକୁ ଅଗ୍ରସର କରାଇବା ପାଇଁ ଷ୍ଟାଟ୍ ଅପ ନୀତି ୨୦୧୭ ଲାଗୁ କରିଛନ୍ତି ।

କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଷ୍ଟାର୍ଟଅପ ଯୋଜନା ଗୁଡ଼କରେ ସାମିଲ ଅଛିିି କିନ୍ନରଙ୍କ ଦ୍ୱାରା ପ୍ରସ୍ତୁତnitish-kumar ଏକ ଯୋଜନା । ତେବେ କିନ୍ନରମାନେ ତିଆରି କରିଥିବା ଷ୍ଟାଟଅପ ବେଂଚର ନାମ ହେବ ନାଚବଜା.କମ୍ । ଯାହାକୁ ନେଇ କିନ୍ନରଙ୍କ ଗ୍ରୁପ୍ ଏକ ମୋବାଇଲ ଆପ ନେଇକି ଆସିଛନ୍ତି । ଅଧିକାର ପାଇଁ ବର୍ଷ ବର୍ଷ ଧରି ଲଢ଼ୁଥିବା କିନ୍ନର ସଂପ୍ରଦାୟର ଏହି ଷ୍ଟାଟଅପ୍ ଆଇଡ଼ିଆକୁ ସରକାର ମଞ୍ଚୁରୀ ଦେଇଛନ୍ତି । ତେବେ ବିହାରର କିନ୍ନର ଗୁରୁ ରେଶମା ପ୍ରସାଦ ‘ଦୋସ୍ତାନା ସଫର’ ନାମ ଏକ ଏନଜିଓ ମଧ୍ୟ ଖୋଲିଛନ୍ତି । ଏହି ମୋବାଇଲ୍ ଆପ୍ ଜରିଆରେ ଲୋକମାନେ ଶିଶୁର ଜନ୍ମ ସମୟରେ, ବିବାହ କିମ୍ବା ଅନ୍ୟ ଉତ୍ସବ ସମୟରେ କିନ୍ନରଙ୍କୁ ଘରକୁ ଡକାଇ ପାରିବେ ।

ଯୋଗ୍ୟତା ଆଧାରରେ ବଛାଗଲା ଷ୍ଟାଟଅପ ଆଇଡ଼ିଆ –
ବିହାର ସରକାର ପାଖରେ ଷ୍ଟାଟଅପ ପାଇଁ ୨୧୮୬ ଆପ୍ଲିକେସନ ଆସିଥିଲା । ଏଥିରୁ ୨୦୦ ଆପ୍ଲିକେସନ ଉପରେ କାମ କରିବା ପାଇଁ ଆଇଆଇଟି ପାଟନା, ଏନଆଇଟଇ, ନିଫ୍ଟ, ରାଜେନ୍ଦ୍ର ଏଗ୍ରିକଲଚର ୟୁନଭରସିଟି, ସିପେଟ୍, ବିଆଇଟି , ଚନ୍ଦ୍ରଗୁପ୍ତ ଇନଷ୍ଟିଟ୍ୟୁଟ୍ ଅଫ୍ ମ୍ୟାନେଜମେଂଟ, ଚ୍ୟାମ୍ବର ଅଫ କମର୍ସ ପରି ସଂସ୍ଥାନକୁ ସାମିଲ କରାଯାଇଥିଲା । ଏନେଇ ୫୦ ଲକ୍ଷରୁ ଅଧିକ ଟଙ୍କାର ସାହାଯ୍ୟ ସରକାରଙ୍କ ତରଫରୁ ଦିଆଯାଇଥିଲା ।

– ଏହିି ସଂସ୍ଥାନ ଦ୍ୱାରା ବଛା ଯାଇଥିବା ଆଇଡ଼ିଆ ଉପରେ ୬ ମାସ କାମ ହୋଇଥିଲା ।

– ୩୩ଟି ଆଇଡ଼ିଆକୁ ବାଛିି ଷ୍ଟେଟ୍ ଇନଭେଷ୍ଟମେଂଟ ଆନଭାଇଜରି କାଉନସିଲ ପାଖକୁ ପଠାଗଲା ।

– କାଉଁନସିଲ ୧୬ ଟି ଆଇଡ଼ିଆରେ ମୋହର ଲଗାଇଥିଲା, ଯେଉଁଥିରେ ୧୦ ଲକ୍ଷର ଗ୍ରାଂଟ ସରକାର ଯୋଗଇବେ ।

– ଏହାର ସୁଧ ଟଙ୍କା ୧୦ ବର୍ଷ ପରେ ଫେରସ୍ତ ହେବ

– ଷ୍ଟାଟଅପ୍ ପାଇଁ ବିହାର ସରକାର ୫୦୦ କୋଟିର ବେଂଚର ଫଣ୍ଡ ସ୍ଥାପିତ କରିଛନ୍ତି ।

ପୁରା ପ୍ରକ୍ରିୟାରେ ବଛାଯାଇଥିବା ଷ୍ଟାଟଅପ କମ୍ପାନୀ-
୧.ମାଭେନ୍ ସୁକ୍ ଡ଼ିଜିଟାଲ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମଟେଡ଼୍
୨.ରିଭାଇଭାଲ ସୁ ଲଣ୍ଡ୍ରି ପ୍ରାଇଭେଟ୍ ଲଇମିଟେଡ଼୍
୩. ଆନନ୍ଦ ସାଗର ନ୍ୟାଚରାଲ ଡାଏରୀ ଫାର୍ମ
୪. ମିଲେଗା ଜବ୍ ସର୍ଭିସ
୫.ମାତରମ ନେଟୱର୍କ ପ୍ରାଇଭେଟ୍ ଲିମିଟେଡ଼୍
୬.ସ୍ୱୟଂଭୂ ଇନୋଭସନ ପ୍ରାଇଭେଟ୍ ଲିମିଟେଡ଼୍
୭. ଡେଟେକ୍ସ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ଼୍
୮.ରୋଡ଼ ଏକ୍ସପ୍ରେସ୍
୯.ଇଡ଼ି କ୍ରିଏଟ୍ ଟେକ୍ନୋଲେଜି ପ୍ରାଇଭେଟ୍ ଲିମିଟେଡ଼୍
୧୦ .ଅରବାନ କେୟାର ପ୍ରାଇଭେଟ୍ ଲିମିଟେଡ଼୍
୧୧.କାର୍ଟକିଓ ଅନଲାଇନ୍ ସର୍ଭିସ ଲିମିଟେନ୍
୧୨. ଡବ୍ଲ୍ୟୁଡବ୍ଲ୍ୟୁପ୍ଲାଂଟଟ୍ରି.ଇନ୍
୧୩. ସ୍କୁଲ ଜି ଲିଙ୍କ୍
୧୪.ହେଲଥ ଆନାଲାଇଜର
୧୪. ମେଡ଼ି ୩୬୦

nitish_kumarଚୟନର ପୁରା ପ୍ରକ୍ରିୟା ପରେ ଆଉ ୬ଟି ଆପ୍ଲିକେସନ ବଛାଯାଇଥିଲା । ଏଥରେ ଅଛି ସାମିଲ କିନ୍ନରଙ୍କ ନାଚବଜା.କମ୍ । ତେବେ ପରେ ବଛାଯାଇଥିବା ୬ ଟିଷ୍ଟାଟଅପକୁ ଏଥିପାଇଁ ସାମିଲ କରାଗଲା, ରାଜ୍ୟରେ ରୋଜଗାର ସୃଷ୍ଟି କରିବାପାଇଁ କ୍ଷମତା ରହୁ । ସରକାର ଏହି ଆଧାରରେ କିତନ୍ନରଙ୍କ ନାଚବାଜା.କମକୁ ଷ୍ଟାଟଅପ ନୀତି ୨୦୧୭ରେ ସାମିଲ କରିଥିଲେ । ନାଚବାଜାଡଟ କମକୁ ବଛାଯିବାର ଆଉ ଏକ କାରଣ ହେଲା,କିନ୍ନରଙ୍କୁ ରୋଜଗାର ଯୋଗାଇବା ପାଇଁ ଏହି ଆପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିହାର ସରକାରଙ୍କ ଏହି ନିଆରା ପଦକ୍ଷେପ କିନ୍ନର ସମୂଦାୟଙ୍କୁ ବିକାଶ ଆଡ଼କୁ ଅଗ୍ରସର କରାଇବ ଏବଂ କିନ୍ନର ସମୁଦାୟଙ୍କକୁ ନେଇ ସାରା ଦେଶରେ ଏକ ଭଲ ସନ୍ଦେଶ ମଧ୍ୟ ଦେବ ।