କମେଂଟ୍ ମରାରୁ ତୁମୁଳକାଣ୍ଡ ! ଭୁବନେଶ୍ୱର ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନରେ ଉତ୍ତେଜନା

37

କନକ ବ୍ୟୁରୋ : କମେଂଟ୍ ମରାକୁ ନେଇ ତୁମୁଳକାଣ୍ଡ । ଛାତ୍ର ଓ କଲେଜ୍ କର୍ମଚାରୀଙ୍କ ମଧ୍ୟରେ ହାତାହାତି । ରାଜଧାନୀ ଭୁବନେଶ୍ୱର ସ୍ଥିତ ରିଜୋନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନରେ ଘଟିଛି ଏଭଳି ଘଟଣା । ଏହି ଘଟଣାକୁ ନେଇ ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଛାତ୍ରମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏ ନେଇ ସହିଦନଗର ଥାନାରେ ମାମଲା ରୁଜୁ ହୋଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । କଲେଜ୍ କର୍ମଚାରୀଙ୍କୁ ଜଣେ ଛାତ୍ର କମେଂଟ୍ ମାରିବାକୁ ଏହି ଅଭାବନୀୟ କାଣ୍ଡ ଘଟିଥିବା କୁହାଯାଉଛି ।