ପତିବ୍ରତା ନାରୀର କାହାଣୀ ! ସ୍ୱାମୀଙ୍କ ପାଇଁ କଲେ ଲିଙ୍ଗ ପରିବର୍ତ୍ତନ

202

କୁହାଯାଏ ଜଣେ ସ୍ତ୍ରୀ ପାଇଁ ତାର ସ୍ୱାମୀ ହେଉଛି ଇହ କାଳ ଏବଂ ପରକାଳର ଦେବତା । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଭୋପାଳର ଜଣେ ମହିଳା । ସ୍ୱାମୀଙ୍କ ପ୍ରତି ଥିବା ନିଜ ପ୍ରେମ ପାଇଁ ଏବେ ସେ ଅନ୍ୟମାନଙ୍କ ପାଇଁ ପାଲଟି ଯାଇଛନ୍ତି ଉଦାହରଣ । ଇଏ ଏମିତି ଜଣେ ନାରୀ ଯିଏ ସ୍ୱାମୀଙ୍କ ପାଇଁ କରିଛନ୍ତି ନିଜ ଲିଙ୍ଗ ପରିବର୍ତ୍ତନ ।

ସୂଚନା ଅନୁସାରେ , ବିବାହର ୮ ବର୍ଷ ପରେ ମହିଳା ଜଣଙ୍କ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ମାନସିକ ସ୍ତରରେ ଜଣେ ନାରୀ । ପରିବାର ଲୋକଙ୍କ ଚାପରେ ଆସି ବିବାହ କରିଥିଲେ ମାତ୍ର ସ୍ୱାମୀ ସୁଖ ଦେଇପାରିବେନି । ଏବେ ସେ ନିଜର ଲିଙ୍ଗ ପରିବର୍ତ୍ତନ କରି ଝିଅ ହେବାକୁ ଚାହାଁନ୍ତି । ସ୍ୱାମୀଙ୍କଠାରୁ ଏକଥା ଶୁଣି ମହିଳାଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଥିଲା ସତ ହେଲେ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ଦେବା ପୂର୍ବରୁ ରଖିଥିଲେ ଗୋଟିଏ ସର୍ତ୍ତ ।

ଏହା ସହ ଦେଖନ୍ତୁ ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀଙ୍କ ବ୍ରିଫକେସରେ କଣ ଥାଏ ?

ସର୍ତ୍ତଟି ଥିଲା ଯେ ସେ ନିଜେ ମଧ୍ୟ ତାଙ୍କର ଲିଙ୍ଗ ପରିବର୍ତ୍ତନ କରି ମହିଳାରୁ ହେବେ ପୁରୁଷ । ଆଉ ସାରା ଜୀବନ ସାଥୀ ହୋଇ ରହିପାରିବେ ସ୍ୱାମୀଙ୍କ ସହ । ତେବେ ମହିଳାଙ୍କ ଏହି ସର୍ତ୍ତରେ ପରିବାର ଲୋକ ଅବାକ୍ ହୋଇଯାଇଥିଲେ । ହେଲେ ମହିଳା ଜଣଙ୍କ ନିଜ ଯିଦରେ ଅଟଳ ଥିଲେ । କାରଣ ତାଙ୍କ କହିବାର ଥିଲା ସେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସ୍ୱାମୀଙ୍କ ହାତ ଧରିଛନ୍ତି । ଏବେ କୌଣସି ବି ପରିସ୍ଥିତିରେ ନିଜ ପ୍ରତିଜ୍ଞାରୁ ପଛ ଘୁଂଚା ଦେବେ ନାହିଁ । ତେଣୁ ନିଜ ପ୍ରେମକୁ ବଂଚାଇ ରଖିବାକୁ ଏବେ ଉଭୟ ନିଜ ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀ ଆରମ୍ଭ କରିଦେଇଛନ୍ତି ।

ସୌଜନ୍ୟ : ପତ୍ରିକା

ଏହା ସହ ଦେଖନ୍ତୁ ପାଠ ପାଇଁ ପାଗଳ ! ୨୦ଟି ଡିଗ୍ରୀ ଥିବା ଭାରତର ଏକମାତ୍ର ନାଗରିକ