ପାଠ ପାଇଁ ପାଗଳ ! ୨୦ଟି ଡିଗ୍ରୀ ଥିବା ଭାରତର ଏକମାତ୍ର ନାଗରିକ

183

କଣ ଆପଣ ଏମିତି କୌଣସି ବ୍ୟକ୍ତିଙ୍କୁ ଜାଣନ୍ତି ଯାହାଙ୍କ ପାଖରେ ଦୁଇରୁ ଅଧିକ ଡିଗ୍ରୀ ଥିବ । ନିଶ୍ଚୟ ଭାବରେ ଏପରି ବ୍ୟକ୍ତିତ୍ୱ ଥାଇପାରନ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ନାଗପୁରର ଜଣେ ବ୍ୟକ୍ତିଙ୍କ ପାଖରେ ଗୋଟିଏ ବା ଦୁଇଟି ନୁହେଁ ଏକାଥରେ ଅଛି ୨୦ଟି ଡିଗ୍ରୀ । ଏହି ଅନନ୍ୟ ପ୍ରତିଭାର ଅଧିକାରୀ ହେଉଛନ୍ତି ଶ୍ରୀକାନ୍ତ ଜିଚକର୍ ।

ଶ୍ରୀକାନ୍ତଙ୍କ ଜନ୍ମ ୧୪ ଡିସେମ୍ବର ୧୯୫୪ ରେ ହୋଇଥିଲା । ୧୯୭୩ ରୁ ୧୯୯୦ ଭିତରେ ଶ୍ରୀକାନ୍ତ ୪୨ଟି ୟୁନିଭରସିଟିରେ ପରୀକ୍ଷା ଦେଇଥିଲେ । ତେବେ ୪୨ଟି ପରୀକ୍ଷା ମଧ୍ୟରୁ ସେ ୨୦ଟିରେ ଉତୀର୍ଣ୍ଣ ହୋଇଥିଲେ । ଆଉ ଅଧିକାଂଶରେ ସେ ପ୍ରଥମ ଶ୍ରେଣୀରେ ପାସ୍ ହେବା ସହ ଅନେକ ସ୍ୱର୍ଣ୍ଣ ପଦକ ମଧ୍ୟ ପାଇଛନ୍ତି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଶ୍ରୀକାନ୍ତ ଉଭୟ ଆଇପିଏସ୍ ଏବଂ ଆଇଏଏସ୍ ମଧ୍ୟ ପାଇଥିଲେ । କିନ୍ତୁ ରେଜିଗନେସନ୍ ଦେଇ ରାଜନୀତିରେ ଯୋଗ ଦେଇଥିଲେ ।

ଭାରତରେ ଅଧିକ ଯୋଗ୍ୟତାପ୍ରାପ୍ତ ବା ଶିକ୍ଷିତ ବ୍ୟକ୍ତି ଭାବରେ ଶ୍ରୀକାନ୍ତ ନାମ ଲିମକା ବୁକ୍ ଅଫ୍ ରେକର୍ଡରେ ମଧ୍ୟ ଅଛି । ତେବେ ୨ ଜୁନ୍ ୨୦୦୪ରେ ମାତ୍ର ୪୯ ବର୍ଷ ବୟସରେ କାର୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ।

ଏବେ ନଜର ପକାନ୍ତୁ ଶ୍ରୀକାନ୍ତ ଡିଗ୍ରୀ ଉପରେ :

• ଡାକ୍ତର , ଏମବିବିଏସ୍ ଏବଂ ଏମଡି
• ଲ. ଏଲଏଲବି
• ଏମଏ. ପବ୍ଲିକ୍ ଆଡମିନିଷ୍ଟ୍ରେସନ୍
• ଏମଏ. ସୋସିଓଲୋଜି
• ଏମଏ. ଇକନୋମିକ୍ସ
• ଏମଏ. ସଂସ୍କୃତ
• ଏମଏ. ଇତିହାସ
• ଏମଏ. ଇଂରାଜୀ
• ଏମଏ. ଫିଲସୋଫି
• ଏମଏ. ରାଜନୀତି ବିଜ୍ଞାନ
• ଏମଏ. ପୂରାତନ ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ୱ
• ଏମଏ. ସାଇକୋଲୋଜି
• ଅନ୍ତର୍ଜାତୀୟ ଲ, ଏଲଏଲଏମ୍
• ଏମବିଏ ଏବଂ ଡିବିଏମ୍
• ବାଚେଲର୍ ଇନ୍ ଜର୍ଣ୍ଣାଲିଜିମ୍
• ଆଇପିଏସ୍
• ଆଇଏଏସ୍