ଭଦ୍ରକ ହିଂସା ଘଟଣାରେ ବିଜେଡି ବିରୋଧରେ ବିଜେପିର ଅଭିଯୋଗ ! ସଜ୍ଜନ କହିଲେ, ହିଂସା ପଛରେ ରହିଛି ବିଧାୟକ ଓ ବିଧାୟକଙ୍କ ପୁଅଙ୍କ ସମ୍ପୃକ୍ତି

70

କନକ ବ୍ୟୁରୋ : ଭଦ୍ରକ ହିଂସା ଘଟଣାରେ ବିଜେଡି କର୍ପୋରେଟର ଗିରଫ ଘଟଣାକୁ ନେଇ ଜୋର ଧରିଛି ରାଜନୀତି । କେବଳ କର୍ପୋରେଟର ନୁହେଁ ବିଧାୟକ ଓ ବିଧାୟକଙ୍କ ପୁଅଙ୍କର ମଧ୍ୟ ଏହି ହିଂସା ପଛରେ ସମ୍ପୃକ୍ତି ରହିଥିବା କହିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା । ସେ ଏହା ବି କହିଛନ୍ତି ଭଦ୍ରକବାସୀ ଜାଣିଛନ୍ତି ଏ ଘଟଣା କିଏ ଘଟାଇଛି । ଭଦ୍ରକ ଦଙ୍ଗା ପରେ ବିଜେଡିର ସାମ୍ପ୍ରଦାୟିକ ହିଂସାର ମୁଖା ଖୋଲୁଛି ବୋଲି କହିଛନ୍ତି ସଜ୍ଜନ ଶର୍ମା ।