ଭଦ୍ରକ : ଜମିବାଡିକୁ କେନ୍ଦ୍ର ଦୁଇଟି ପରିବାର ମଧ୍ୟରେ ସଂଘର୍ଷ, ଉଭୟ ପରିବାରର ୯ଜଣ ଗୁରୁତର

26

କନକ ବ୍ୟୁରୋ : ଭଦ୍ରକରେ ସଂଘର୍ଷ । ଜମିବାଡିକୁ କେନ୍ଦ୍ର ଦୁଇଟି ପରିବାର ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ଉଭୟ ପରିବାରର ୯ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଜଲଙ୍ଗା ଗାଁରେ ଜମିବାଡିକୁ କେନ୍ଦ୍ର କରି ଏହି ମରଣାତ୍ମକ ଆକ୍ରମଣ ହୋଇଛି । ଗାଁର ଭରବାନ ରାଉତ ଓ ଗଙ୍ଗାଧର ରାଉତଙ୍କ ପରିବାରର ବିବାଦ ଲାଗି ରହିଥିଲା । ଆଜି ଭୋରରୁ ଜମି ମାପଚୁପକୁ ନେଇ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁ ବିବାଦ ଉଗ୍ର ରୂପ ଧାରଣ କରିଛି । ଗତକାଲି ଗ୍ରାମଂଚଳ ପୁଲିସ ଗାଁରେ ପହଂଚି ଜମିବାଡି ମାପଚୂପ କରିଥିଲା । ପୁଲିସ ଘଟଣାର ଛାନଭିନ୍ ଜାରି ରଖିଛି ।