ଭଦ୍ରକରେ ଅମାନବୀୟ ଘଟଣା :ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି ନାବାଳିକାକୁ ଦୁଷ୍କର୍ମ କରୁଥିବା ଅଭିଯୋଗ, ୩ମାସ ଧରି ଚାଲିଥିଲା ବ୍ଲାକମେଲି

1,583

କନକ ବ୍ୟୁରୋ : ଭଦ୍ରକରେ ଅମାନବୀୟ ଘଟଣା । ଖପରପଦା ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅନ୍ତରଙ୍ଗ ମୁହୁର୍ତର ଭିଡିଓ କରି ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି । ୩ମାସ ଧରି ଏପରି ଭାବେ ଚାଲିଥିଲା ବ୍ଲାକମେଲିଂ ।

ଏପରିକି ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଥିଲା ଅଭିଯୁକ୍ତ । ଏବେ ପରିବାର ଲୋକଙ୍କ ଅଭିଯୋଗ ପରେ ଧୁଷୁରି ପୋଲିସ ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଅଭିଯୁକ୍ତର ଦୁଇ ଭାଇଙ୍କୁ ଅଟକ ରଖିଛି ପୋଲିସ ।