ଅଶାନ୍ତ ଭଦ୍ରକରେ ୧୪୪ ଧାରା ଜାରି ! ସୋସିଆଲ ମିଡିଆରେ ରାମ ଓ ସୀତାଙ୍କୁ ଅପମାନ ପରେ ଜଳୁଛି ଜିଲ୍ଲା

37

କନକ ବ୍ୟୁରୋ : ସୋସିଆଲ୍ ମିଡିଆରେ ରାମ, ସୀତା ଓ ହନୁମାନଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ପରେ ଅଶାନ୍ତ ଭଦ୍ରକ । ଆଜି ଦିନ ସାଢେ ୨ଟାରେ ଶାନ୍ତି କମିଟି ବୈଠକ ବସିବ । ଆଜି ଜିଲ୍ଲାର ସମସ୍ତ ସ୍କୁଲ୍, କଲେଜ୍ ବନ୍ଦ ରହିବ । ପରିସ୍ଥିତିକୁ ଦେଖି ସହରରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ୧୪୪ ଧାରା ଜାରି ହୋଇଛି । ଆବଶ୍ୟକ ପଡିଲେ କର୍ଫ୍ୟୁ ଘୋଷଣା ହୋଇପାରେ ।

ଶାନ୍ତି ପ୍ରତିଷ୍ଠା ପାଇଁ ରାତିରେ ଉଭୟ ପକ୍ଷରୁ ମୁରବୀ ମାନଙ୍କୁ ନେଇ ଶାନ୍ତି କମିଟି ବସିଛି । ଅତିରିକ୍ତ ଜିଲ୍ଲାପାଳ, ଦୁଇ ଉପଜିଲ୍ଲାପାଳ, ୪ ଜଣ ତହସିଲଦାର ଏବଂ ୪ ଜଣ ମାଜିଷ୍ଟେଟ ସ୍ଥିତି ଉପରେ ନଜର ରଖିଛନ୍ତି । ଦୋକାନ ବଜାର ଓ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି ।

ସୋସିଆଲ ମିଡିଆରେ ରାମ ଓ ସୀତାଙ୍କୁ ଅଶ୍ଳୀଳ କଂମେଟକୁ ନେଇ ଉତ୍ତେଜନା ଲାଗି ରହିଛି । ରାସ୍ତାକୁ ଓହ୍ଲାଇଛନ୍ତି ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦର କର୍ମୀ । ଜାତୀୟ ରାଜପଥ ଅବରୋଧ ସହ ଥାନା ଘେରିଛନ୍ତି । କିଛି ଦୋକାନ ଜାଳି ଦେଇଛନ୍ତି ପ୍ରତିବାଦକାରୀ । ପୁରା ଘଟଣାରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।