ସୂର୍ଯ୍ୟକିରଣର ଉପକାରିତା ବିଷୟରେ ଜାଣନ୍ତୁ . . . .

72

ସୂର୍ଯ୍ୟକିରଣରେ ରହିଛି ବହୁ ଔଷଧୀୟ ଗୁଣ । ଏହି କିରଣ ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଏକ କାଚ ବୋତଲରେ ସଫା ପାଣି ସାତ ଦିନ ଯାଏଁ ସୂର୍ଯ୍ୟକିରଣରେ ରଖି ପିଇବା ଦ୍ୱାରା ବହୁ ଦୂରରୋଗ୍ୟରୁ ଆମକୁ ମୁକ୍ତି ମିଳିଥାଏ । ଆସନ୍ତୁ ଜାଣିବା ସୂର୍ଯ୍ୟକିରଣରେ ଯୋଗୁଁ ଆମକୁ କେଉଁ ସବୁ ରୋଗରୁ ରକ୍ଷା ମିଳିଥାଏ ।

ରକ୍ତଚାପକୁ ନିୟନ୍ତ୍ରିତ କରେ ସୂର୍ଯ୍ୟକିରଣ:-

ସୂର୍ଯ୍ୟ କିରଣରୁ ଭିଟାମିନ୍ ଡି ମିଳଥାଏ । ସୂର୍ଯ୍ୟକିରଣ ରକ୍ତଚାପ ମଧ୍ୟ ହ୍ରାସ କରିଥାଏ । ତେବେ ଏକ ଗବେଷଣାରୁ ଏହା ଜଣାପଡିଛି, ସୂର୍ଯ୍ୟକିରଣ ଚର୍ମର ଓ ରକ୍ତରେ ମହଜୁଦ୍ ଥିବା ନାଇଟ୍ରିକ୍ ଅକ୍ସାଇଡ଼ର ସ୍ତର ପରିବର୍ତ୍ତନ କରିଥାଏ । ଚର୍ମରୁ ମିଳୁଥିବା ନାଇଟ୍ରିକ୍ ଅକ୍ସାଇଟ୍ ରକ୍ତଚାପ ନିୟନ୍ତ୍ରିତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ସୂର୍ଯ୍ୟକିରଣର ସଂର୍ଶ୍ପରେ ଆସିବା ଦ୍ୱାରା ଏହା କିଛି ପରିମାଣର ଚର୍ମ ବ୍ୟତୀତ ରକ୍ତ ପ୍ରବାହରେ ସାମିଲ ହୋଇଥାଏ । ଏହା ଦ୍ୱାରା ରକ୍ତ ଧମନୀରେ ଚାପ କମ୍ ହେବା ସହ ରକ୍ତଚାପ ହ୍ରାସ ହୋଇଥାଏ । ଗବେଷକଙ୍କ ମତରେ, ଅଧିକ ସମୟ ଯାଏଁ ସୂର୍ଯ୍ୟ କିରଣରେ ରହିବା ଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା ରହିଛି । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସକାଳ ପ୍ରଥମ ସୂର୍ଯ୍ୟ କିରଣରେ ଭ୍ରମଣ କରିବା ଉଚିତ। ଯାହାଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ ।

ହୃଦରୋଗରୁ ରକ୍ଷା କରିଥାଏ ସୂର୍ଯ୍ୟ କିରଣ:-

ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ହୃଦ୍ ଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି । ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ନୂଆ ପଦ୍ଧତି ବାହାର କରିଛନ୍ତି ଗବେଷକମାନେ । ଗବେଷଣାରୁ ଜଣାପଡ଼ିଛି ସକାଳର ସୂର୍ଯ୍ୟକିରଣ ସେବନ କରୁଥିବା ମହିଳାମାନଙ୍କ କ୍ଷେତ୍ରରେ ହୃଦ୍ରୋଗ କମ୍ ଦେଖାଦେଇଥାଏ । ଏହି ମହିଳାମାନେ ଅନ୍ୟମାନଙ୍କ ତୁଳନାରେ ସୁସ୍ଥ ରହିଥାନ୍ତି ।

ବ୍ଲଡ କ୍ୟାନସର ହେବା ଆଶଙ୍କା କମାଇଥାଏ:-

ସମସ୍ତଙ୍କୁ ଜଣା ଅଛି ଭିଟାମିନ-ଡି ଅଭାବରୁ ବ୍ଲଡ କ୍ୟାନସର ହୋଇଥାଏ । ସୂର୍ଯ୍ୟକିରଣଠାରୁ ଦୂରରେ ରହିଲେ କିମ୍ବା କମ୍ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନର ରହୁଥିବା ଲୋକେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ବୋଲି ଏକ ପରୀକ୍ଷାରୁ ଜଣାପଡିଛି । ତେବେ ଶୀତଦିନିଆ ସକାଳର ସୂର୍ଯ୍ୟକିରଣ ବହୁ ମାତ୍ରାରେ ଏହି ରୋଗଠାରୁ ଦୂରେଇ ରଖିଥାଏ । ଶୀତଦିନିଆ ସକାଳର ସୂର୍ଯ୍ୟକିରଣରେ ଭରପୂର ମାତ୍ରାରେ ଭିଟାମିନ-ଡି ରହିଥାଏ । ଶୀତଦିନେ ସକାଳେ ଖରାରେ ବସିଲେ ଶରୀରକୁ ବହୁତ ଭିଟାମିନ-ଡି ମିଳିଥାଏ  । ଯାହା ବ୍ଲଡ କ୍ୟାନସର ପରି ରୋଗ ହେବାର ଆଶଙ୍କାକୁ କମାଇ ଥାଏ ।