ଆସନ୍ତୁ ଜାଣିବା ପିଜୁଳି ସେବନ କଲେ କ’ଣ କ’ଣ ସୁଫଳ ମିଳେ . . . .
ପିଜୁଳି ଖାଇବା ପାଇଁ ସମସ୍ତ ପସନ୍ଦ କରନ୍ତି । କିନ୍ତୁ ପିଜୁଳି ଖାଇଲେ କ’ଣ ସୁଫଳ ମିଳେ ସେକଥା ବୋଧହୁଏ ଅନେକ ଲୋକ ଜାଣିିନଥିବେ । ଆସନ୍ତୁ ଜାଣିବା ପିଜୁଳିରେ ଭରପୁର ଥବା ତତ୍ୱ ବିଷୟରେ । ପିଜୁଳିରେ ମହଜୁଦ ଭିଟାମିନ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହାସହ ନିୟମିତ ପିଜୁଳି ସେବନ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
– ପିଜୁଳିରେ ଭରପୁର ମାତ୍ରାରେ ଭିଟାମିନ ଓ ମିନେରାଲ୍ସ ମିଳିଥାଏ । ଏହି ତତ୍ୱ ଆମ ଶରୀର ପାଇଁ ବହୁତ ଜରୁରୀ ।
– ପିଜୁଳିରୁ ମିଳୁଥିବା ଭିଟାମିନ ବି-୯ ଆମ ଶରୀରରେ ଡିଏନଏକୁ ସୁଧାରିବାର କାମ କରେ ।
– ଏହାସହ ପିଜୁଳିରେ ମହଜୁଦ ପୋଟାସିୟମ ଓ ମାଗ୍ନେସିୟମ ହୃଦୟକୁ ସୁସ୍ଥ ରଖିଥାଏ ।
– କେବଳ ଏତିକି ନୁହଁ,.ପିଜୁଳିରେ ମିଳୁଥିବା ଭିଟାମିନ ଏ ଓ ଇ ତ୍ୱଚା ,କେଶ ଓ ଆଖିକୁ ପୋଷଣ ଯୋଗାଇଥାଏ ।
– ପିଜୁଳିରେ ଥିବା ବିଟା କ୍ୟାରୋଟିନ ଶରୀରକୁ ତ୍ୱଚା ସମ୍ମନ୍ଧୀୟ ରୋଗରୁ ରକ୍ଷା କରିଥାଏ
– ଏହାସହ ନିୟମିତ ପିଜୁଳି ସେବନ କଲେ ଏଥିରେ ମହଜୁଦ ଥିବା ନ୍ୟୁଟ୍ରିଏଣ୍ଟ କର୍କଟ ପରି ଭୟଙ୍କର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।