ଆପଣ ବି ମଟର ଖାଇବା ପାଇଁ ପସନ୍ଦ କରନ୍ତି କି ? ଏହାର ଲାଭ ବିଷୟରେ ଜାଣନ୍ତୁ . . . .

94

କିଛି ଲୋକ ଗ୍ରିନ୍‌ ମଟର ଖାଇବାକୁ ଭଲ ପାଆନ୍ତି । ହେଲେ ଆଉ କିଛି ଲୋକ ଭାବନ୍ତି ଯେ ଗ୍ରିନ୍‌ ମଟର କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଉଦ୍ଦିଷ୍ଟ । କିନ୍ତୁ ଏହା ଠିକ୍‌ ନୁହେଁ । ଏଥିରେ ପ୍ରୋଟିନ୍‌ ବା ଭିଟାମିନ୍‌ ନ ଥାଏ ବୋଲି ଯେଉଁମାନେ ଭାବନ୍ତି ସେମାନେ ଭୁଲ ଭାବନ୍ତି । ଯଦି ଆପଣ ଏଭଳି ଭାବୁ ଥାଆନ୍ତି, ତେବେ ମନେ ରଖନ୍ତୁ, ତାହା ଠିକ୍‌ ନୁହେଁ । କାରଣ ମଟରରେ ଭିଟାମିନ୍‌ ଓ ମିନେରାଲ୍‌ ପ୍ରଚୁର ପରିମାଣରେ ରହିଛି । ତା’ଛଡ଼ା ଏହା ତ୍ୱଚାରେ ଉଜ୍ଜ୍ୱଳତା ଆଣିବା ଲାଗି ମଧ୍ୟ ଉଦ୍ଦିଷ୍ଟ ।

ଗ୍ରିନ୍‌ ମଟରରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ଓ ଫାଇବର ଥାଏ । ଏଥିରେ ଆଇରନ୍‌ ,ଜିଙ୍କ୍‌, ମାଙ୍ଗାନିଜ୍‌, ଓ କପର ଅଛି । ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏତଦ୍‌ବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ମିଳି ଥାଏ, ଯାହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଖାଲି ସେତିକି ନୁହେଁ ମଟର ଶରୀରରେ ସୁଗାର୍‌ର ମାତ୍ରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ନିୟମିତ ମଟର ଖାଇଲେ ମଧୁମେହ ରୋଗର ଆଶଙ୍କା କମ୍‌ ହୋଇଥାଏ । ତା’ଛଡା ଏହା ହାଡ଼କୁ ମଜଭୁତ୍‌ ମଧ୍ୟ କରିଥାଏ ।
ମନେ ରଖନ୍ତୁ ମଟରର ଚୋପା ଛଡାଇ ତାକୁ ଖାଇଲେ ଏସବୁ ଉପକାର ମିଳେ । ତା’କୁ ରାନ୍ଧି ଖାଇଲେ ସେଭଳି ଉପକାର ମିଳି ନ ଥାଏ ।