କାଜୁକୁ ‘ ଡ୍ରାଇଫ୍ରୁଟ୍ସ’ର ରାଜା କୁହାଯାଏ । କାଜୁରେ ମ୍ୟାଗ୍ନେସିୟମ, କପର, ଆଇରନ୍, ପୋଟାସିୟମ ଆଦି ଭରପୁର ମାତ୍ରାରେ ଉପଲବ୍ଧ ଥାଏ । ଏହା ଆମ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ । କାଜୁ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ଅଟେ । କେବଳ କାଜୁ ଆମ ପାଇଁ ସ୍ୱାସ୍ଥ୍ୟକର ତା’ନୁହେଁ ଏହାର ଛେଲି, ପତ୍ର, ଫୁଲ, ଅଠା, ଫଳ ଓ ମଞ୍ଜିକୁ ଔଷଧ ରୂପରେ ଉପଯୋଗ କରାଯାଏ । କାଜୁର କଞ୍ଚା ବା ଶୁଖିଲା ମଞ୍ଜିକୁ ଚୋପା ଛଡ଼ାଇ ବିଭିନ୍ନ ପ୍ରକାରର ତରକାରୀରେ ବାଟି ଦିଆଯାଏ । ତେବେ ଆସନ୍ତୁ ଜାଣିବା କାଜୁ ସେବନ କଲେ ଆମକୁ କ’ଣ କ’ଣ ଲାଭ ମିଳିଥାଏ ।
- କାଜୁରେ ବହୁ ମାତ୍ରାରେ ଆଣ୍ଟିବ୍ୟାକ୍ଟିରିଆଲ ତତ୍ୱ ଭରିରହିଛି । ଯାହା ଆମ ପାଇଁ ବହୁ ଲାଭ ଦାୟକ ଅଟେ ।
- ଏଥିରେ ଅଧିକ ମାତ୍ରାରେ ଆଇରନ୍ ଥିବାରୁ ଶରୀରକୁ ଏନେମିିଆ ରୋଗରୁ ମୁକ୍ତି ମିଳେ ।
- କାଜୁକୁ ଏକ ପ୍ରଭାବଶାଳୀ କୀଟାଣୁନାଶକ ହିସାବରେ ବ୍ୟବହାର କରାଯାଏ ।
- କାଜୁରେ ଫସଫରସ ଗୁଣ ଅଧିକା ମାତ୍ରାରେ ରହିଛି । ଯାହା ଆମ ଦାନ୍ତକୁ ମଜବୁତ କରିବା ପାଇଁ ବହୁ ସାହାଯ୍ୟ କରେ । ଏଥିପାଇଁ କାଜୁ ସେବନ କରିବା ଆମ ପାଇଁ ଲାଭଦାୟକ ଅଟେ ।
- ଏହାକୁ ସେବନ କରିବା ଦ୍ୱାରା ହଜମ ସମସ୍ୟା ମଧ୍ୟ ଦୂର କରେ । ଏହାସହ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ କାଜୁ ।