କଳା ଲୁଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ . . . . .

127

କଳା ଲୁଣ ଖାଇବାରେ କିଛି ଅଲଗା ସ୍ୱାଦ ମିଳିଥାଏ । ଏହାର ଅଲଗା ସ୍ୱାଦ ଏବଂ ଭିନ୍ନ ଏକ ସୁଗନ୍ଧ ପାଇଁ ଏହା ଜଣାଯାଇଥାଏ । କଳାଲୁଣ ତରଭୁଜ ସହ ଖାଇଲେ ତରଭୁଜର ସ୍ୱାଦ ଅଧିକ ବଢିଯାଇଥାଏ । ଏହି ଭଳି ଆହୁରି ଅଧିକ ଜିନିଷ ଅଛି ଯେଉଁଥିରେ ଆମେ କଳାଲୁଣ ସହ ଖାଇଲେ ତାହାର ସ୍ୱାଦ ଭଲ ଲାଗିଥାଏ । କଳାଲୁଣ ମେଦବହୁଳତା, ଉଚ୍ଚରକ୍ତଚାପ, ଆଣ୍ଠୁଗଣ୍ଠି ଦରଜ ଭଲି ସମସ୍ୟା ହ୍ରାସ କରିଥାଏ । କଳା ଲୁଣରେ ସୁଗନ୍ଧ ସଲଫର୍ ରହିଛି । କଳା ଲୁଣରେ ଔଷଧୀୟଗୁଣ ଭରପୁର ମାତ୍ରାରେ ଥାଏ ।

ପେଟର ଗ୍ୟାସ୍ ସମସ୍ୟା ଦୂର କରିବାରେ ଏହା ସହାୟକ ଅଟେ । କଳା ଲୁଣ ନାମକୁ ମାତ୍ରା କଳା ଅଟେ କିନ୍ତୁ ଏହାର ଉପକାରିତା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । କଳା ଲୁଣରେ ୮୦ ପ୍ରକାର ଖଣିଜ ପଦାର୍ଥ ଥାଏ । ଏଥି ମଧ୍ୟରୁ କେତେକ ଆଣ୍ଟବ୍ୟାକ୍ଟେରିୟାଲର କାମ ମଣିଷ ଶରୀରରେ କରିଥାଏ । ଯାହାଦ୍ୱାରା ଆମ ଶରୀରରେ ଥିବା ବିପଦପୂର୍ଣ୍ଣ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ ।

କଳା ଲୁଣ ଓ ଟମାଟୋର ମିଶ୍ରଣ କେଶରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ । ହୃଦରୋଗ ଓ ଉଚ୍ଚରକ୍ତଚାପ ଜନୀତ ରୋଗୀ ମାନେ ଦଳା ଲୁଣ ବଦଳରେ କଳା ଲୁଣ ଖାଇବା ଦ୍ୱାରା ସ୍ୱାସ୍ଥ୍ୟବାନ ରହିଥାଆନ୍ତି । ଏହି ଲୁଣ ଖାଇବା ଦ୍ୱାରା ଖରାପ କୋଲେଷ୍ଟରେଲ ଏବଂ ସୁଗାର ସମସ୍ୟା ମଧ୍ୟ ନିୟନ୍ତ୍ରଣରେ ରହିଥାଏ । କଳାଲୁଣ ସୁନିଦ୍ରାରେ ମଧ୍ୟ ସାହାଯ୍ୟ କରିଥାଏ । ଆଣ୍ଠୁଗଣ୍ଠି ଦରଜ ଦୂର କରିବାରେ କଳାଲୁଣ ମୁଖ୍ୟତଃ ସହାୟକ ହୋଇଥାଏ । କଳା ଲୁଣକୁ ଗରମ ପାଣିରେ ମିଶାଇ ଦରଜ ଥିବା ସ୍ଥାନରେ ସେକ ଦେଲେ ବହୁତ ଶୀଘ୍ର ଦରଜରୁ ମୁକ୍ତି ମିଳିଥାଏ ।