ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍ସାରେ ଛାତ୍ର ଅଶାନ୍ତି !

35

କନକ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସଂସ୍କାରକୁ ତୀବ୍ର ହେଉଛି ବିରୋଧ । ଚଳିତଥର ଛାତ୍ର ସଂସଦ ପରିବର୍ତ୍ତେ ଛାତ୍ର ପରିଷଦ ନିର୍ବଚନ କରାଯାଉଥିବାରୁ ଏହାକୁ ବିରୋଧ କରି ମୁହାଁମୁହିଁ ହୋଇଛନ୍ତି କୁଳପତି ଓ ଛାତ୍ରସଂଘ । ଗୋଟିଏ ପଟେ ଆଗାମୀ ଦୁିଇଦିନ ଧରି ଛାତ୍ର ପରିଷଦ ନିର୍ବାଚନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତି କରିଥିବାବେଳେ ୨୨ ଓ ୨୩ ତାରିଖରେ ରେଭନ୍ସା ବନ୍ଦ ନାରାରେ ଫାଟି ପଡୁଛି କ୍ୟାମ୍ପସ । ଛାତ୍ରଛାତ୍ରୀମାନେ କୁଳପତିଙ୍କ କୁଶପୁତଳିକା ଦାହ କରିବା ସହ ଛାତ୍ର ସଂସଦ ନିର୍ବଚାନ ସଂସ୍କାରକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛନ୍ତି ।

କ୍ଲାସ ଚାଲୁଥିବା ସମୟରେ ପ୍ରତିବାଦକାରୀ ଛାତ୍ରଗୋଷ୍ଠୀ ବଳପୂର୍ବକ କ୍ଲାସ ବନ୍ଦ୍ କରି ନିର୍ବାଚନ ବିପକ୍ଷରେ ପିଲାମାନଙ୍କୁ ପ୍ରବର୍ତାଉଥିବା ଅଭିଯୋଗ ହୋଇଛି । ଛାତ୍ରମାନଙ୍କ ଏକତା ଭାଙ୍ଗିବାକୁ ନିର୍ବାଚନ ପ୍ରକ୍ରିୟାରେ ପରିବର୍ତନ କରାଯାଇଥିବା ଅଭିଯୋଗ କରିଛନ୍ତି ପ୍ରତିବାଦକାରୀ ଛାତ୍ରଗୋଷ୍ଠୀ । ଏପରିକି ଆବଶ୍ୟକ ପଡିଲେ ରେଭେନସା ଫାଟକରେ ତାଲା ପଡିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସେପଟେ ଛାତ୍ରଛାତ୍ରୀ ଆଇନକୁ ହାତକୁ ନେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି କୁଳପତି ।