ସାବଧାନ ! ଚେଞ୍ଜିଂ ରୁମରେ ଲାଗିଥିବା ହେଙ୍ଗରରେ ହୋଇପାରେ ଗୁପ୍ତ କ୍ୟାମେରା, ଜାଣନ୍ତୁ କିପରି ଚିହ୍ନିବେ

39

ଚେଞ୍ଜିଂ ରୁମରେ କ୍ୟାମେରା ଲାଗିିବା କଥା ଅନେକ ଥର ସାମ୍ନାକୁ ଆସିଛି । ଏଥିପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ଓ ବଡ ବଡ ନେତା ମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି । ଆପଣ ଯେତେବେଳେ ଚେଞ୍ଜିଂ ରୁମରେ କପଡା ବଦଳାଇବା ପାଇଁ ଯାଉଛନ୍ତି, ପ୍ରଥମେ ପରୀକ୍ଷା କରିନିଅନ୍ତୁ କି ରୁମରେ କୌଣସି କ୍ୟାମେରା ତ ଲାଗିନି । ଆପଣ ଏନେଇ ଚେଞ୍ଜିଂ ରୁମରେ ଲଗା ଯାଇଥିବା ଆଇନାରେ ଆଙ୍ଗୁଳି ରଖି ଦୁଇ ପଟକୁ ଦେଖି ଯାଞ୍ଚ କରିପାରିବେ ।

ଏବେ ଆମେ ଆପଣଙ୍କୁ ଏମିତି କ୍ୟାମେରା ବିଷୟରେ ଜଣାଇବୁ ଯାହାକୁ ଦେଖି ଆପଣ କ୍ୟାମେରା ବୋଲି ଚିନ୍ତା କରିପାରିବେ ନାହିଁ । ଗୋଟିଏ ପଟେ କହିବାକୁ ଗଲେ ଆପଣ ଉକ୍ତ ଜିନିଷ ଉପରେ କ୍ୟାମେରା ଥିବା ନେଇ ସନ୍ଦେହ କରିବେ ନାହିଁ । ଏବେ ବଜାରରେ ଏମିତି କ୍ୟାମେରା ଆସି ଯାଇଛି ଯାହା ଦେଖିବା ପାଇଁ ବିଲକୁଲ ହେଙ୍ଗର ପରି । ବହୁତ ଶସ୍ତା ହୋଇଥିବା ଯୋଗୁଁ ଛୋଟ ଛୋଟ ଦୋକାନରେ ମଧ୍ୟ ଏହି କ୍ୟାମେରା ଲଗାଯାଉଛି ।

ପ୍ରଥମେ ଦେଖିଲେ ଆପଣଙ୍କୁ ଏହା କପଡା ଟାଙ୍ଗିବା ପାଇଁ ବ୍ୟବହୃତ ହେଉଥିବା ହୁକ ପରି ଲାଗିବ । କିନ୍ତୁ ଆପଣ ଏହାର ପାଖକୁ ଗଲେ ଏଥିରେ ଏକ ଛୋଟ କଣା ନଜର ଆସିବ । ଯାହା କ୍ୟାମେରାର ଲେନ୍ସ ଅଟେ । ଅନଲାଇନ ବଜାରରେ ବହୁତ ଶସ୍ତାରେ ମିଳୁଛି ଏହି କ୍ୟାମେରା । ସର୍ବସାଧାରଣ ଟଏଲେଟରେ ଏପରି କ୍ୟାମେରା ମିଳିବା ପରେ ପୋଲିସ ଏନେଇ ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି । ଏପରିସ୍ଥଳେ ଆପଣ ଯେଉଁଠିକୁ ବି ଯାଉଛନ୍ତି ଏପରି କଛି ଦେଖିଲେ ନିଜେ ସଚେତନ ରହିବା ଜରୁରୀ ।

                                                        ( ସୌଜନ୍ୟ – ଆଜତକ )