ବରଗଡ ସୋହେଲାରେ ପାଠାପଢାର ଅଭାବନୀୟ ଚିତ୍ର : ବିପଦସଙ୍କୁଳ ଅବସ୍ଥାରେ କୋଠା ଓ ବାରଣ୍ଡା, ବଗିଚାରେ ଚାଲିଛି ପାଠପଢା

33

କନକ ବ୍ୟୁରୋ : ରାଜ୍ୟ ସରକାର ପିଲାମାନେ କିପରି ଭାବରେ ଭଲ ପଢିବେ ସେନେଇ ଅନେକ ଯୋଜନା କରୁଛନ୍ତି । ଏହି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚମଧ୍ୟ କରୁଛନ୍ତି । ତେବେ ଅନେକ ସମୟରେ ଅଭିଯୋଗ ଆସିଛି ଯେ, ଏହି ଯୋଜନା ଅନେକ ସ୍ଥାନରେ ଫଳପ୍ରଦ ହୋଇ ପାରୁନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସଭିଏଁ ପଢିନ୍ତୁ ସଭିଏଁ ବଢନ୍ତୁ ପାଇଁ ସ୍କୁଲ ମାନଙ୍କର ଭିତ୍ତିିଭୁମି ସକାଶେ କୋଟିକୋଟି ଟଙ୍କାର ଅନୁଦାନ ଦେଉଛନ୍ତି । ହେଲେ ସବୁଠି ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ବରଗଡ ସୋହଲୋରୁ ଆସିଲା ପାଠାପଢାର ଅଭାବନୀୟ ଚିତ୍ର । ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ କୋଠା ଓ ବାରଣ୍ଡା, କାନ୍ଥଫାଟି ଆଁ କରିଛି, ଛାତରୁ ସିମେଂଟ ଖଣ୍ଡ ଖସି କ୍ଲାସରୁମରେ ପଡୁଛି । ସେଥିପାଇଁ ଭୟରେ ବଗିଚାରେ ଚାଲିଛି ପାଠପଢା । ତିନି ବର୍ଷ ହେବ ଏପରି ଅବ୍ୟବସ୍ଥା ଘେରରେ ବରଗଡ ଜିଲ୍ଳା ସୋହେଲା ବ୍ଲକ୍ ଅନ୍ତର୍ଗତ ଗର୍ଭଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଚାଲିଛି । ନୂଆ ସ୍କୁଲ ଘର ନିର୍ମାଣ ପାଇଁ ତିନି ବର୍ଷ ଧରି ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ନିକଟରେ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏହାକୁ ନେଇ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ନୂତନ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ବରଗଡ ଜିଲ୍ଲାପାଳ ।

କିଛି ଦିନ ପୂର୍ବରୁ କେନ୍ଦୁଘର ଜିଲ୍ଲାରେ ମଧ୍ୟ ଏକ ଏପରି ଘଟଣା ସାମ୍ନାକୁ ଆସିଥିଲା । ଭରା ନଈରେ ଟଳମଳ ହୁଲି ଡଙ୍ଗାରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସମାକୋଇ ନଦୀ ପାର ହୋଇ ପାଠ ପଢ଼ିଯାଉଥିବାର ଖବର ଆସିଥିଲା ।