ବ୍ୟାଙ୍କ୍ ଖାତାଧାରକଙ୍କ ପାଇଁ ଚିନ୍ତାର ବିଷୟ ! ନିୟମ ନମାନିଲେ ଝାଳବୁହା ଧନ ବରବାଦ ହୋଇପାରେ

62

ଆଜିକାଲି ବ୍ୟାଙ୍କ୍ ଗୁଡ଼ିକ ତରଫରୁ ଅନେକ ପ୍ରକାର ନୂଆ ନୂଆ ନିୟମ ଲାଗୁ ହେଉଛି । ଆଉ ଉକ୍ତ ନିମୟ ନଜାଣି ଲୋକେ ହଇରାଣରେ ପଡ଼ୁଛନ୍ତି । ତେବେ ବ୍ୟାଙ୍କ ଗୁଡ଼ିକ ଲାଗୁ କରୁଥିବା ନିୟମକୁ ଠିକ୍ ସମୟରେ ଜାଣିବା ଜରୁରୀୀ । ନହେଲେ କଠିନ ପରିଶ୍ରମ କରି ଆୟ କରୁଥିବା ଟଙ୍କାକୁ ହରାଇବା ପାଇଁ ପଡ଼ିବ । ତେବେ ବ୍ୟାଙ୍କ ଆକାଉଂଟଧାରୀ କେତୋଟି କଥାକୁ ଆଖିଆଗରେ ନ ରଖି କାର୍ଯ୍ୟ କଲେ, ଆଗାମୀ ଦିନରେ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । କେବେଳ ଏତିକି ନୁହେଁ, ଆପଣଙ୍କ ଝାଳବୁହା ଟଙ୍କା ମଧ୍ୟ ବ୍ୟର୍ଥ ହୋଇ ଯାଇପାରେ ।

ବ୍ୟାଙ୍କ ଆକାଉଂଟରେ ଟଙ୍କା ରଖିବା ନିମନ୍ତେ କିଛି ନିୟମକୁ ପରିବର୍ତ୍ତନ କରାଯାଇଛି । ଏହି ନିୟମ ଅନ୍ତର୍ଗତ ଖାତାରେ ଟଙ୍କା ରଖିବା ସହ ଖର୍ଚ୍ଚ କରିବା ଟଙ୍କା ବାବଦରେ ମଧ୍ୟ ବ୍ୟାଙ୍କକୁ ଅବଗତ କରାଇବାକୁ ପଡିବ । ସରକାରଙ୍କ ବ୍ୟାଙ୍କ ଆକାଉଂଟ ଟ୍ରାଂଜେକ୍ସନକୁ ନେଇ ବଦଳୁଥିବା ନିୟମକୁ ଯଦି କେହି ଉଲ୍ଲଂଘନ କରୁଛନ୍ତି, ତେବେ ତାଙ୍କର ଜମାପୁଂଜି ଉପରେ ରୋକ ଲଗା ଯିବାର ସମ୍ଭାବନା ରହିଛି ।

ବ୍ୟାଙ୍କ ଟଙ୍କାକୁ ନିୟନ୍ତ୍ରଣ କରିବା ନିମନ୍ତେ ଏବେ ଏହି ନୂଆ ନିୟମ ଅନୁଯାୟୀ ଇନକମ ଟ୍ୟାକ୍ସ ବିଭାଗ ନିଜସ୍ୱ ଟ୍ରାଂଜେକ୍ସନ ପ୍ରକ୍ରିୟାକୁ ନଜର ରଖୁଛି । ଏହାସହ ଇନକମ ଟ୍ୟାକ୍ସକୁ ରିଟର୍ନ ଫାଇଲ କରିବା ସମୟରେ ସର୍ତକ ହେବାକୁ ପଡିବ । ଯଦି ଆପଣ ବ୍ୟାଙ୍କର ଏକ ବିତ୍ତ ବର୍ଷରେ ଏକ ବା ଦୁଇ ଆକାଉଂଟରେ ସର୍ବମୋଟ ୧୦ ଲକ୍ଷ ଟଙ୍କା ବା ଏଥିରୁ ଅଧିକ ଟଙ୍କା ଜମା କରୁଛନ୍ତି, ତେବେ ଏହାର ସୂଚନା ବ୍ୟାଙ୍କ ଇନକମ ଟ୍ୟାକ୍ସ ବିଭାଗକୁ ଅବଗତ କରାଇବାକୁ ପଡିବ । ଏହି ବାବଦରେ ଇନକମ ଟ୍ୟାକ୍ସ ଆପଣଙ୍କୁ ପଚରାଉଚରା କରିବା ସମ୍ଭାବନା ରହିଛି ।

ଯଦି ଏକ ବିତ୍ତବର୍ଷରେ ୧୦ ଲକ୍ଷ ଟଙ୍କାରୁ ଅଧିକ ଫିକ୍ସ ଡିପଜିଟ କରାଯାଉଛି, ତେବେ ବି ବ୍ୟାଙ୍କ ଏହାର ସୂଚନା ଇନକମ ଟ୍ୟାକକୁ ଦେବ । ବ୍ୟାଙ୍କକୁ ୧ ଲକ୍ଷ ଟଙ୍କା କିମ୍ବା ଅଧିକ କ୍ରେଡିଟ କାର୍ଡ ବିଲ ପେମେଂଟର ସୂଚନା ବି ଇନକମ ଟ୍ୟାକ୍ସକୁ ଦେବା ପାଇଁ ପଡିବ । ଚଳିତ ବିତ୍ତ ବର୍ଷରେ ଏକ ଲକ୍ଷ ଟଙ୍କାରୁ ଅଧିକ କ୍ରେଡିଟ କାର୍ଡର ଟଙ୍କା ପଇଠ କରିବା ପାଇଁ କୌଣସି ବି ମୋଡ ଚେକ, ଅନଲାଇନ କିମ୍ବା କ୍ୟାସରେ କରାଯାଇଥିବା ପେମେଂଟର ସୂଚନା ବ୍ୟାଙ୍କକୁ ଇନକମ ଟ୍ୟାକ୍ସ ବିଭାଗକୁ ଅବଗତ କରାଇବାକୁ ପଡିବ ।