କନକ ବ୍ୟୁରୋ : ଆଉ ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା । ୧୯ ନୁହେଁ ୨୦ରେ ସରିବ ଐତିହାସିକ କଟକର ଯାତ୍ରା । ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା କଟକର ଐତିହାସିକ ବାଲିଯାତ୍ରା ଏଥର ଆଉ ଗୋଟିଏ ଦିନ ଅଧିକ ଚାଲିବ ବୋଲି ସୂଚନା ମିଳିଛି । ଏହା ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ ବୋଲି ପ୍ରଥମେ କୁହାଯାଇଥିଲା ।
ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା ବାଲିଯାତ୍ରା ଏଥର ଆଠ ଦିନଧରି ଚାଲିବ ବୋଲି ଜଣାଯାଇଥିଲା । ହେଲେ ଆଜି ଜିଲ୍ଲା ପ୍ରଶାସନ ଏହାକୁ ଆଠ ଦିନ ପରିବର୍ତ୍ତେ ନଅ ଦିନ ଚାଲିବ ବୋଲି ସୂଚନା ଦିଆଯାଛି । ଅର୍ଥାତ୍ ଏହା ୧୯ ତାରିଖ ବଦଳରେ ୨୦ ତାରିଖରେ ଶେଷ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/bali-yatra.jpg)