ବାଲେଶ୍ୱରର ପଂଚୁପଡାରେ ଆରମ୍ଭ ହେଲା ସେତୁ ନିର୍ମାଣ କାମ ! ଦୁଇ ଦୁଇ ଥର ଶିଳାନ୍ୟାସ ହୋଇଥିଲେ ମଧ୍ୟ ଜମି ବିବାଦ ଯୋଗୁଁ ଅସମ୍ପୂର୍ଣ୍ଣ ପଡିଥିଲା କାମ

22

କନକ ବ୍ୟୁରୋ : ବାଲେଶ୍ୱରରେ ସଦର ପଂଚୁପଡାରେ ଆରମ୍ଭ ହୋଇଛି ସେତୁ ନିର୍ମାଣ କାମ । ଦୁଇ ଦୁଇ ଥର ଶିଳାନ୍ୟାସ ହୋଇଥିଲେ ମଧ୍ୟ ପୋଲି ନିର୍ମାଣ କାମ ଅଧା ସରିବା ପରେ ଜମି ବିବାଦ ଯୋଗୁଁ ଏହାର କାମ ଅସମ୍ପୂର୍ଣ୍ଣ ହୋଇ ପଡିଥିଲା । ୨୧୦୦କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ଯେଉଁ ଜମି ନେଇ ବିବାଦ ହୋଇଥିଲା ସେହି ଜମି ଦେବା ପାଇଁ ଜମି ମାଲିକ ରାଜି ହେବା ପରେ ପୁଣିଥରେ କାମ ଆରମ୍ଭ ହୋଇଛି । ୧୫୦ମିଟର ଲମ୍ବର ସେତୁ ଓ ୧୧୦୦ଶହ ମିଟର ଲମ୍ବର ଆପ୍ରୋଚ ରୋଡ ରହିଛି ।

ପୋଲ ନିର୍ମାଣ କାମ ସରିଥିବା ବେଳେ ସୋଲପଟା ଆଡୁ ୬୪୦ମିଟର ଓ ପଂଚୁପଡା ଆଡୁ ୨୯୦ମିଟର କାମ ସରିଛି । ମାତ୍ର ୧୫୦ମିଟର କାମ ଜମି ବିବାଦ ପାଇଁ ଅଟକିଥିଲା । ସେତୁ ନିର୍ମାଣ ନହୋଇପାରିବା ଯୋଗୁଁ ବାଲେଶ୍ୱରର ଭୋଗରାଇ, ବାଲିଆପାଳ, ବସ୍ତା ଓ ସଦର ବ୍ଲକର ଲକ୍ଷାଧିକ ଲୋକଙ୍କୁ ବାଲେଶ୍ୱର ସହରକୁ ଆସିବା ପାଇଁ ହେଲେ ଏହି ନଦୀ ପାରି କରିବାକୁ ପଡେ । ନଚେତ ଅଧିକ ୪୦କିଲୋମିଟର ଯାତ୍ରା କରିବାକୁ ପଡେ । ଏପରିକି ଦୈନନ୍ଦିନ ସ୍କୁଲ ଓ ସ୍ୱାସ୍ଥ୍ୟ ସେବା ପାଇଁ ଏହି ଡଙ୍ଗା ଭରସାରେ ନଦୀ ପାରି କରିବାକୁ ପଡୁଛି ।