ବାଲେଶ୍ୱରେ ନିର୍ବାଚନୀ ହିଂସା ! ବିଜେଡି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ,କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ

373

କନକ ବ୍ୟୁରୋ : ବାଲେଶ୍ୱରରେ ନିର୍ବାଚନୀ ହିଂସା । ନିର୍ବାଚନୀ ତାତି ଜୋର ଧରିଥିବାବେଳେ ବଢ଼ିଚାଲିଛି ନିର୍ବାଚନୀ ହିଂସା । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଉପରଆଡ଼ିଆ ଗ୍ରାମରେ ବିଜେଡ଼ି କର୍ମୀ ଆକ୍ରମଣର ଶିକାର ହୋଇଛନ୍ତି । ବିଜେଡ଼ି କର୍ମୀ ପ୍ରଶାନ୍ତ ବାରିକଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି । କଂଗ୍ରେସ କର୍ମୀ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଦଳୀୟ ମିଟିଂ ଚାଲିଥିବା ବେଳେ କିଛି ବ୍ୟାନର ଦରକାର ପଡ଼ିଥିଲା । ଆଉ ମିଟିଂରୁ ଉଠି ବିଜେଡ଼ି କର୍ମୀ ପ୍ରଶାନ୍ତ ବ୍ୟାନର ଆଣିବା ପାଇଁ ଯାଇଥିଲେ । ଆଉ ସେଠାରେ ଜଣେ କଂଗ୍ରେସ କର୍ମୀ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ପରେ ଗ୍ରାମବାସୀ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ଘଟଣାସ୍ଥରେଳ ପୋଲିସ ପହଞ୍ଚି ଆହତ ବିଜେଡ଼ି କର୍ମୀଙ୍କୁ ଉଦ୍ଧାର କରିଥିଲେ ଓ ମେଡ଼ିକାଲ ପଠାଇଥିଲେ । ତେବେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।