ବାଲେଶ୍ୱର ସିମୁଳିଆ ଥାନା ରପେୟା ଗାଁ ଗୟାଧର ରାଉତ ହତ୍ୟା ଘଟଣା ! ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେଲା ବିଜେପି

39

କନକ ବ୍ୟୁରୋ : ବାଲେଶ୍ୱର ସିମୁଳିଆ ଥାନା ରପେୟା ଗାଁ ଗୟାଧର ରାଉତ ହତ୍ୟା ଘଟଣାକୁ ନେଇ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ପଂଚାୟତ ନିର୍ବାଚନ ସମୟରେ ସ୍ଥାନୀୟ ବିଧାୟକଙ୍କ ଇଙ୍ଗିତରେ ଗୟାଧରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ସିମୁଳିଆ ଥାନାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲେ ମଧ୍ୟ ଦୋଷୀଙ୍କୁ ଘଂଟ ଘୋଡାଯାଉଥିବା ବିଜେପି ଅଭିଯୋଗ କରିଛି । ଏବେ ମୃତ ଗୟାଧରଙ୍କ ପରିବାରଙ୍କୁ ଧମକ ଦିଆଯିବା ସହ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଯାଉଥିବା ବିଜେପି ପକ୍ଷରୁ କମିଶନଙ୍କୁ ଦର୍ଶାଯାଇଛି ।