ଅଯୋଧ୍ୟା ମାମଲାରେ ଆଡଭାନୀଙ୍କ ବିରୋଧରେ କେସ୍ ଚାଲିବ କି ନାହିଁ ! ସୁପ୍ରିମକୋର୍ଟରେ ଆଜି ହୋଇପାରେ ଶୁଣାଣି

20

କନକ ବ୍ୟୁରୋ : ଅଯୋଦ୍ଧାରେ ବିବାଦୀୟ ଢାଞ୍ଚା ଭାଙ୍ଗିବା ମାମଲାରେ ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀଙ୍କ ନାଁରେ କେସ ଚାଲିବ କି ନାହିଁ, ଏ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବା ସମ୍ଭାବନା ରହିଛି । ବିବାଦୀୟ ଢାଞ୍ଚା ଭାଙ୍ଗିବା ଷଡଯନ୍ତ୍ରରେ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହଙ୍କ ନାଁ ପୁଣି ମାମଲା ଚାଲିବ କି ନାହିଁ, ସୁପ୍ରିମକୋର୍ଟ ଏ ନେଇ ଶୁଣାଣି କରିପାରନ୍ତି ।

ପୂର୍ବରୁ କୋର୍ଟ ସମସ୍ତ ପକ୍ଷକୁ ଏ ନେଇ ନିଜର ଯୁକ୍ତି ରଖିବାକୁ ନୋଟିସ ଦେଇଥିଲେ । ସିବିଆଇ ମଧ୍ୟ ଆଜି ଏ ନେଇ ସୁପ୍ରିମକୋର୍ଟରେ ଦଲିଲ ଉପସ୍ଥାପନ କରିବା ସମ୍ଭାବନା ରହିଛି । ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ, ଏହି ନେତାମାନଙ୍କ ବିରୋଧରେ ମାମଲାକୁ ହଟାଇ ଦେଇଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା ।