ନୂଆ ଟ୍ରାଫିକ ନିୟମ ନେଇ ସଚେତନତା ରଥ : କଟକରେ ପତାକା ଦେଖାଇ ଶୁଭାରମ୍ଭ କାଲ ଟ୍ରାଫିକ ଡିସିିପି ସାଗରିକା ନାଥ,୮ ଦିନ ଧରି ବୁଲିବ ଭ୍ରାମ୍ୟମାଣ ରଥ

528

କନକ ବ୍ୟୁରୋ : ନୂଆ ଟ୍ରାଫିକ ନିୟମ ନେଇ ସଚେତନା ସୃଷ୍ଟି କରିବାକୁ ବାହାରିଲା ସଚେତନତା ରଥ । ଏବେ ରଥ ଜଣାଇବ ରାସ୍ତାର ନିୟମ । କଟକରେ ପତାକା ଦେଖାଇ ଟ୍ରାଫିକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଟ୍ରାଫିକ ଡିସିିପି ସାଗରିକା ନାଥ । ଗତକାଲି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ହେଲମେଟ୍ ଓ ଚକୋଲେଟ ଦେଇ ନିୟମ ମାନିବାକୁ ସଚେତନ କରାଇଥିଲେ ଟ୍ରାଫିକ୍ ଡିସିପି । ଲୋକଙ୍କୁ ଅଧିକ ସଚେତନ କରିବାକୁ ଆଜିଠାରୁ ବୁଲିବ ସଚେତନତା ରଥ । ୮ ଦିନ ଧରି ଏହି ଭ୍ରାମ୍ୟମାଣ ରଥ ବୁଲିବ । ଗଳିକନ୍ଦି ବୁଲି ଭାମ୍ରମାଣ ରଥ ସମସ୍ତଙ୍କୁ ସଚେତନ କରିବ । ଅବୁଝା ଲୋକଙ୍କୁ ବୁଝାଇବା ପାଇଁ ଏହି ପ୍ରୟାସ ସ୍ୱାଗତଯୋଗ୍ୟ ।

ସେପ୍ଟେମ୍ବର ୧ରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ଖେଳିଯାଇଥିଲା । ଟ୍ରାଫିକ ନିୟମ ଉଂଲଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଥିଲା । ଏହାକୁ ନେଇ ଲୋକମାନଙ୍କ ଭିତରେ ଏକ ଭୟ ଦେଖାଦେଇଥିଲା । ଭୁବନେଶ୍ୱର ରାଜମହଲରେ ଫାଇନ ଆଦାୟକୁ ନେଇ ପୁଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ୩ ମାସ ପାଇଁ ଟ୍ରାଫିକ ନିୟମ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।୩ ମାସ ମଧ୍ୟରେ ଗାଡିର ସମସ୍ତ କାଗଜ ପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।