ସାବଧାନ . . .ଯାଜପୁରରେ ମାତିଛନ୍ତି ଏଟିଏମ ଲୁଟେରା : ପାଖରେ ଏଟିଏମ କାର୍ଡ ଥିଲେ ବି ଚାହୁଁ ଚାହୁଁ ଖାଲି ହୋଇଯାଉଛି ବ୍ୟାଙ୍କ୍ ଆକାଉଣ୍ଟ୍ 

421

କନକ ବ୍ୟୁରୋ : ସାବଧାନ. . .  ଯାଜପୁରରେ ମାତିଛନ୍ତି ଏଟିଏମ ଲୁଟେରା । ଚାହୁଁ ଚାହୁଁ ଲୁଟ ହୋଇଯାଉଛି ହଜାର ହଜାର ଟଙ୍କା । ମାତ୍ର କେଇ ମିନିଟରେ ଖାଲି ହୋଇଯାଉଛି ବ୍ୟାଙ୍କ୍ ଆକାଉଂଟ୍ । ଏକାଥରରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଏଟିଏମରୁ ଟଙ୍କା ଉଠାଇ ନେଉଛନ୍ତି ଦୁର୍ବୃ୍ତ୍ତ । ପାଖରେ ଏଟିଏମ କାର୍ଡ ଥିଲେ ବି ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସପଂର ହୋଇଯାଉଛି ଟଙ୍କା । ଆଉ ଏଥିପାଇଁ ଭୟଭୀତ ହୋଇପଡିଛନ୍ତି ଗ୍ରାହକ ।

ଯାଜପୁରରେ ବଢ଼ୁଛି ଏଟିଏମ ଠକାମି ଘଟଣା । ନିଜ ପାଖରେ ନିଜ ଏଟିଏମ କାର୍ଡ ଥାଇ ମଧ୍ୟ ଏପରି ଠକାମୀ ଶିକାର ହେଉଛନ୍ତି ଗ୍ରାହକ । ଷ୍ଟେଟ୍ ବ୍ୟାଙ୍କ ଅପଂ ଇଣ୍ଡିଆ ଡୁବୁରୀ ପ୍ରୋଜେକ୍ଟ ଶାଖାର ଜଣେ ଗ୍ରାହକ ଏଭଳି ଠକାମୀର ଶିକାର ହୋଇଛନ୍ତି । ଜଖପୁରା ଅଂଚଳର ତରୁଣ କୁମାର ଧଳ ନାମକ ଜଣେ ଯୁବକ ଘରେ ଶୋଇଥିବା ସମୟରେ ହଠାତ୍ ନିଜ ମୋବାଇଲକୁ ଟଙ୍କା ଉଠାଣ ନେଇ ମେସେଜ ଆସିଲା । ମାତ୍ର ୧୦ ମିନିଟ୍ରେ ଯାଜପୁର ଓ ସମ୍ବଲପୁରର ବିଭିନ୍ନ ଏଟିଏମରୁ ୬୦ ହଜାର ଟଙ୍କା ଉଠାଣ ଓ ଟ୍ରାନ୍ସପଂର ହୋଇଗଲା । ଏଟିଏମ ବ୍ଲକ କରିବା ପୂର୍ବରୁ ସବୁ କିଛି ଖାଲି ହୋଇଯାଇଥିଲା । ଏନେଇ ସେ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ଠାରୁ ଆରମ୍ଭ କରି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଏଯାଏଁ  ଏଟିଏମ୍ ଲୁଟେରାର କୌଣସି ଟେର୍ ମିଳିନାହିଁ ।

ଯାଜପୁରରେ ବାରମ୍ବାର ହେଉଛି ଏଭଳି ଏଟିଏମ ଠକେଇ । ବିଶେଷ କରି ଏଟିଏମ କାଉଂଟର ଗୁଡିକରୁ ସୁରକ୍ଷା କର୍ମୀ ମାନଙ୍କୁ ହଟେଇ ଦେବା ପରେ ଏଭଳି ଠକେଇ ଘଟଣା ବଢ଼ିବାରେ ଲାଗିଛି । କୁହାଯାଉଛି ଏଟିଏମ ମେସିନରେ ଲୁଟେରା ମାନେ ଏକ ହାର୍ଡୱେୟାର ରଖି ଏଟିଏମକୁ ଆସୁଥିବା ଗ୍ରାହକଙ୍କ ଡାଟା ନେବା ପରେ ତାକୁ କ୍ଲୋନିଂ କରି ଟଙ୍କା ଲୁଟ କରୁଛନ୍ତି ।

ଏଟିଏମ ଠକାମୀ ଘଟଣା ଯୋଗୁଁ ଗ୍ରାହକ ମାନେ ବ୍ୟାଙ୍କରେ ଟଙ୍କା ରଖିବାକୁ ଏବେ ଭୟ କରୁଛନ୍ତି । ସେପଟେ ଏଭଳି ଠକାମୀ ସଂପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପଚାରିବାରେ ଏଟିଏମ ବ୍ୟବହାର କରିବା ସମୟରେ ଗ୍ରାହକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ  । ଏବଂ ଲୁଟ୍ ସପଂର୍କରେ ଏଟିଏମ ସୁଇଚ ସେଂଟରୁ ରିପୋର୍ଟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।