ବିଧାନସଭା ଆରମ୍ଭରୁ ହଙ୍ଗାମା : ଚାଷୀ ମାରଣ ନୀତି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହୋହାଲ୍ଲା

ବିରୋଧୀ ଦଳ ନେତା କହିଲେ ପ୍ରଶ୍ନକାଳ ବାତିଲ କରି ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲା କଂଗ୍ରେସ

88

କନକ ବ୍ୟୁରୋ : ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ । ଶୋକପ୍ରସ୍ତାବ ଆଗତ ପରେ ବିରୋଧୀ ଦଳ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହ ସରକାର ବିରୋଧରେ ନାରାବାଜି କରିଛନ୍ତି । ପ୍ରଶ୍ନକାଳ ବାତିଲ କରି ଚାଷୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ହଟ୍ଟଗୋଳ କରିଛନ୍ତି ବିରୋଧୀ । ଗୃହ ଚାଲି ନପାରିବାରୁ ଅପରାହ୍ନ ୧୨ଟା ୧୪ପର୍ଯ୍ୟନ୍ତ ମୂଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ । ଆଜି ମାତ୍ର ଗୃହ ୧୪ ମିିନିଟ୍ ଚାଲିପାରିଛି ।

ଡିସେମ୍ବର ୧୫ଯାଏ ହେବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୩ଟି କାର୍ଯ୍ୟଦିବସ ରହିଛି । ଏ ମଧ୍ୟରୁ ୧୯ଟି ସରକାରୀ ଓ ଅନ୍ୟ ୪ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ସରକାର ଚାଷୀଙ୍କ ଆନ୍ଦୋଳନକୁ ଅଗଣତାନ୍ତ୍ରୀକ ଭାବେ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି । ଚାଷୀ ସମସ୍ୟା ସମାଧାନ ପାଇଁ ପ୍ରଶ୍ନକାଳ ବାତିଲ କରି ଚାଷୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ । କିନ୍ତୁ ଏହାକୁ ସରକାର ଗ୍ରହଣ ନକରିବାରୁ ବିରୋଧୀ ହଟ୍ଟଗୋଳ କରିଥିଲେ ।