ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ମାସ୍କଟ ଓଲିର ପ୍ରଚାର କରିଥିବା ଯୁବକ ମାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ !

22

କନକ ବ୍ୟୁରୋ : ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ମାସ୍କଟ ଓଲିର ପ୍ରଚାର ପ୍ରସାର କରିଥିବା ୫ ଜଣ ସ୍ୱେଚ୍ଚାସେବୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସଚିବାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜେନ୍ଦ୍ର ମଙ୍ଗରାଜ, ବିଦ୍ୟାଧର ବଡଜେନା, ଦିନେଶ ରାଉତରାୟ, ଉପେନ୍ଦ୍ର ଜେନା ଏବଂ ସତ୍ୟନାରାୟଣ ଶ୍ରୀଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରିବା ସହ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଛନ୍ତି । ଚାମ୍ପିଅନସିପର ମାସ୍କଟ ଓଲି ଡ୍ରେସ ପିନ୍ଧି ଏହି ୫ ଯୁବକ ରାଜ୍ୟର ବିଭିନ୍ନ ସହରକୁ ଯାଇ ପ୍ରଚାର କରିଥିଲେ । ଏହି ଅବସରରେ କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା,  କ୍ରୀଡା ସଚିବ ବିଶାଲ ଦେବ ପ୍ରମୁଖ ଯୋଗଦେଇଥିଲେ ।