ଭାରତର ଗ୍ରାମାଂଚଳ ଶିକ୍ଷାର ବାସ୍ତବ ଚିତ୍ର ! ୩୬ ପ୍ରତିଶତ ପିଲାକୁ ଦେଶର ରାଜଧାନୀ ଅଜଣା?

38

କନକ ବ୍ୟୁରୋ : ଦେଶରେ ପ୍ରାଥମିକ ଶିକ୍ଷାକୁ ଲୋକାଭିମୁଖୀ କରିବାକୁ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ଗାଁ ଗଣ୍ଡାରେ ରହୁଥିବା ପିଲାଙ୍କ ଶିକ୍ଷା ଆହରଣ ସ୍ଥିତି ଅତ୍ୟନ୍ତ ଦୟନୀୟ । ଗ୍ରାମାଂଚଳ ଭାରତରେ ୨୦୧୭ ମସିହା ପାଇଁ କରାଯାଇଥିବା ବାର୍ଷିକ ସ୍ଥିତି ସର୍ବେକ୍ଷଣ, ଅସରର ତଥ୍ୟରୁ ଏହି ନୈରାଶ୍ୟଜନକ ତଥ୍ୟ ମିଳିଛି । ଦେଶରେ ୨୪ଟି ରାଜ୍ୟର ମୋଟ ୨୮ ଜିଲ୍ଲାରେ ଏହି ସର୍ଭେ କରାଯାଇଥିଲା । ଏଥିରୁ ଆସିଛି ସାଂଘାତିକ ତଥ୍ୟ । ୨୦୦୬ ମସିହାରୁ ଅସର ଚଳାଇ ଆସୁଥିବା ଏଭଳି ସର୍ବେକ୍ଷଣରେ ସ୍କୁଲରେ ଶିକ୍ଷାର ସ୍ଥିତି କିଭଳି ରହିଛି ତାହା ବୟାନ କରୁଛି । ଏହି ସର୍ବେର୍କ୍ଷଣରେ ୧୪ରି ୧୮ ବର୍ଷ ପିଲାଙ୍କୁ ସାମିଲ କରାଯାଇଥିଲା । ରାଜ୍ୟରେ ସାମିଲ ହୋଇଥିଲା ଖୋର୍ଦ୍ଧା ଜିଲା ।

ଏବେ ଆସନ୍ତୁ ଜାଣିବା ରିପୋର୍ଟରେ କଣ ରହିଛି ?
aser report୧୪ରୁ ୧୬ ବର୍ଷ ବୟସର ପିଲାଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ସେମାନଙ୍କ ନିଜ ଭାଷାରେ ଠିକରେ ପଢିଜାଣିନାହାନ୍ତି । ୧୪ ପ୍ରତିଶତ ପିଲା ନିଜ ଦେଶର ମାନଚିତ୍ରକୁ ଚିହ୍ନିପାରୁନାହାନ୍ତି । ଏହାଛଡା ୩୬ ପ୍ରତିଶତ ପିଲା ଦେଶର ରାଜଧାନୀ ନୂଆଦିଲ୍ଲୀ ବୋଲି ଜାଣିନାହାନ୍ତି । ୧୮ ବର୍ଷ ବେଳକୁ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀଙ୍କ ନାମଲେଖା ହାର ୪ ପ୍ରତିଶତ କମିଯାଉଛି । ଏକ-ଚତୁର୍ଥାଂଶ କିଶୋର ଠିକରେ ଟଙ୍କା ଗଣିପାରୁନାହାନ୍ତି । ୪୪ ପ୍ରତିଶତ ଠିକରେ କୌଣସି ସାମଗ୍ରୀର ଓଜନ କେଜି ହିସାବରେ କହିପାରୁନାହାନ୍ତି । ୪୦ ପ୍ରତିଶତ ପିଲା ଘଂଟା ଓ ମିନିଟ ହିସାବରେ ସମୟ କହିପାରୁନାହାନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ୮୬.୫ ପ୍ରତିଶତ ପିଲା ଭାରତ ମାନଚିତ୍ର ଚିହ୍ନିପାରୁଛନନ୍ତି । ୮୨ ପ୍ରତିଶତ ପିଲା ନିଜ ରାଜ୍ୟ ଓଡିଶା ବୋଲି କହିପାରୁଛନ୍ତି । ଅର୍ଥାତ ୫୪ ପ୍ରତିଶତ ପିଲା ଚିହ୍ନିପାରୁନାହାନ୍ତି ଓଡିଶା କେଉଁଠି । ୧୪ରୁ ୧୮ ବର୍ଷର ୫୬ ଦଶମିକ ୫ ପ୍ରତିଶତ ପିଲା ହରଣ କରିପାରୁନାହାନ୍ତି । ତେବେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୧୪ରୁ ୧୮ ବର୍ଷର ପିଲା ଆଗରେ ଅଛନ୍ତି । ଏଟିଏମ ବ୍ୟବହାରକାରୀଙ୍କ ସଂଖ୍ୟା ୧୯.୪ ପ୍ରତିଶତ ରହିଛି । ୮୮.୪ ପ୍ରତିଶତ ପିଲଙ୍କର ବ୍ୟାଙ୍କ ଆକାଉଂଟ ରହିଛି ।