କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କେଜରିୱାଲ ! କହିଲେ, ମୋଦି-ଶାହଙ୍କ ଯୋଡ଼ିକୁ ହଟାଇବା ପ୍ରତି ଦେଶଭକ୍ତର ଧର୍ମ  

116

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଅନଶନ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଅନଶନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜରିୱାଲ କହିଛନ୍ତି ୭୦ ବର୍ଷରେ ଯେଉଁ କାମ ପାକିସ୍ତାନ କରିପାରିଲା ନାହିଁ ସେହି କାମକୁ ମାତ୍ର ୫ ବର୍ଷରେ ମୋଦି-ଶାହ ଯୋଡ଼ି କରିଦେଖାଛନ୍ତି । ତେବେ କେଜରିୱାଲର ତାଙ୍କ ମନ୍ତବ୍ୟରେ ମୋଦି-ଶାହ ଯୋଡ଼ିଙ୍କୁ ପ୍ରଶଂସା କରିନାହାନ୍ତି ବରଂ କଟାକ୍ଷ କରିଛନ୍ତି । କେଜରିୱାଲ କହିଛନ୍ତି ମୋଦି-ଶାହ ଯୋଡ଼ି ଦେଶରେ ଘୃଣାର ମାହୋଲ ସୃଷ୍ଟି କରିଛନ୍ତି । ଶାନ୍ତି ଭଙ୍ଗ କରିଛନ୍ତି ମୋଦି ସକରାର । ଯେବେ ପର୍ଯ୍ୟନ୍ତ ଦେଶରେ ଶାନ୍ତି ବଜାୟ ରହିବ ନାହିଁ ସେବେ ପର୍ଯ୍ୟନ୍ତ ଦେଶର ବିକାଶ ହେବନାହିଁ ।

ଦେଶ ଭିତରେ ଏବେ ଭୟର ବାତାବରଣ । ସାଧାରଣ ଲୋକେ ଭୟରେ ଜୀବନ ବ୍ୟତିତ କରୁଛନ୍ତି । ଯାଂଚ ଏଜେନ୍ସି ଗୁଡ଼ିକର ଦୂରପୋଯୋଗ କରାଯାଉଛି । ଏବେ ଜନତାଙ୍କ ସମୟ ଆସିଛି । ଜନତାଙ୍କ ହାତରେ ସବୁକିଛି । ମୋଦି-ଶାହଙ୍କ ଯୋଡ଼ିକୁ କେବଳ ରୋକିପାରିବେ ଜନତା । କିପରି ସେମାନେ ସତ୍ତାକୁ ନଆସିବେ ତାହା ଜନତାଙ୍କ ହାତରେ । ଗାଦିରୁ ଏହି ଯୋଡ଼ିକୁ ହଟାଇବା ଏବେ ସମସ୍ତ ନାଗରିକଙ୍କ ଧର୍ମ ।

ଜାତି, ଧର୍ମ ନାମରେ ଲୋକେ ନିଜ ନିଜ ଭିତରେ ଲଢ଼େଇ କରୁଛନ୍ତି । ମୋଦି-ଶାହଙ୍କ ଯୋଡ଼ି ୫ ବର୍ଷରେ ଦେଶରେ ଭାଇଚାରା ଶେଷ କରିଦେଇଛନ୍ତି । ଲୋକଙ୍କ ମନରେ ବିଷ ଭରିବାର କାମ କରିଛନ୍ତି  ମୋଦି ସରକାର । ସେମାନେ ଦେଶରେ ଗଣତନ୍ତ୍ର ଶେଷ କରିବା ପାଇଁ ଚାହୁଁଛନ୍ତି । ମୋଦି ସରକାର ପୁଣି ଥରେ ଗାଦି ଅକ୍ତିଆର କଲେ ନିର୍ବାଚନ ହେବା ମଧ୍ୟ ବନ୍ଦ ହୋଇଯିବ ।

ଅମିତ ଶାହଙ୍କ ବୟାନକୁ ଟାର୍ଗେଟ କରିଛନ୍ତି କେଜରିୱାଲ । ଶାହ କହିଥିଲେ ୨୦୧୯ରେ ଆମେ ଜିତିଗଲେ ୨୦୫୯ ପର୍ଯ୍ୟନ୍ତ ସତ୍ତାରେ ରହିବୁ । ଏହାର ଅର୍ଥ ହେଲା ସେମାନେ ସମ୍ବିଧାନକୁ ବଦଳାଇ ଏକଛତ୍ରବାଦ ଶାସନ ଆରମ୍ଭ କରିଦେବେ । ଜର୍ମାନୀରେ ହିଟଲର ଯେପରି କରିଥିଲେ, ଠିକ୍ ସେହନପରି ମୋଦି-ଶାହ ଯୋଡ଼ି ଭାରତରେ ଏକଛାତ୍ରବାଦୀ ଶାସନ ଚଳାଇବେ । ବର୍ତ୍ତମାନ କିଛି ବି କରି ଜନତା ମୋଦି ସରକାରଙ୍କୁ ସତ୍ତାରୁ ହଟାଇବା ଦରକାର ।