୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ : କାଳିଆ ଯୋଜନା ହିତାଧିକାରୀଙ୍କୁ ନେଇ ଅଣତାରକା ପ୍ରଶ୍ନର ଉତ୍ତର ରଖିଲେ କୃଷିମନ୍ତ୍ରୀ

2,876

କନକ ବ୍ୟୁରୋ : ରାଜ୍ୟରେ କାଳିଆ ଯୋଜନାରେ ୪୫ ହଜାର ୯୬୫ ଜଣ ହିତାଧିକାରୀଙ୍କୁ ଅଯୋଗ୍ୟ ଭାବେ ଚିହ୍ନଟ କରାଯାଇଛି । ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତର  କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ଏହି ଉତ୍ତର ଦେଇଛନ୍ତି । କାଳିଆ ଯୋଜନାରେ ରାଜ୍ୟରେ ପ୍ରଥମ କିସ୍ତିରେ ପାଇଥିବା ହିତାଧିକାରୀଙ୍କ ସଂଖ୍ୟା ୫୧ ଲକ୍ଷ ୫ ହଜାର ୨ଶହ ୯୦ ବୋଲି ଜଣାପଡିଛି ।

ତେବେ ଏହି ତଥ୍ୟ ଆସିବା ପରେ ମନ୍ତ୍ରୀ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଦେଇଥିବା ୨ଟି ତଥ୍ୟ ସାମ୍ନାକୁ ଆସିଛି ।  ପୂର୍ବରୁ ମନ୍ତ୍ରୀ କହିଥିଲେ ରାଜ୍ୟରେ ୩ ଲକ୍ଷ ୪୧ ହଜାର  ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ଏହା ପରେ  ତଥ୍ୟକୁ ନେଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ ବିରୋଧୀ । ଆଉ ଏବେ ଭିନ୍ନ ତଥ୍ୟ ପ୍ରଦାନ କରିଛନ୍ତି । ଏହାପରେ ବଡ ପ୍ରଶ୍ନ ଉଠିଛି, କେଉଁ ତଥ୍ୟ ସତ ।