ଯେଉଁମାନଙ୍କ ପାଖରେ ଲୁଚାଇବାକୁ ବହୁତ କିଛି ସେମାନେ ସିବିଆଇ ପ୍ରବେଶକୁ ଡରୁଛନ୍ତି : ଅର୍ଥମନ୍ତ୍ରୀ

141

କନକ ବ୍ୟୁରୋ : ଗତକାଲି ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସରକାର ତାଙ୍କ ରାଜ୍ୟରେ ସିବିଆଇ ପ୍ରବେଶ ନେଇ କଟକଣା ଜାରି କରିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ସେ ସମାଲୋଚନା କରି କହିଛନ୍ତି ଯେଉଁମାନଙ୍କ ପାଖରେ ଲୁଚାଇବା ପାଇଁ ବହୁତ କିଛି ଅଛି ସେମାନେ ସିବିଆଇକୁ ନିଜ ରାଜ୍ୟରେ ପ୍ରବେଶ ଉପରେ ବାରଣ କରିଛନ୍ତି । ତେବେ କୌଣସି ରାଜ୍ୟର ଦୁନୀତି ପ୍ରସଙ୍ଗରେ ସାର୍ବଭୌମତ୍ୱ ନାହିଁ ।

mamta
Photo Courtesy : https://www.google.co.in

ଗତକାଲି ପ୍ରଥମେ ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ସରକାର ଓ ପରେ ପଶ୍ଚିମବଙ୍ଗର ମମତା ସରକାର ସେମାନଙ୍କ ରାଜ୍ୟରେ ସିବିଆଇ ତଦନ୍ତ ଉପରେ କଟକଣା ଲଗାଇଛନ୍ତି । ଫଳରେ ଏଣିକି ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ପଶ୍ଚିମ ବଙ୍ଗରେ ପଶି ପାରିବ ନାହିଁ । କେବଳ କୋର୍ଟ ନିର୍ଦ୍ଦେଶରେ ହେଉଥିବା ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ହେବ ନାହିଁ । ୧୯୮୯ରେ ତକ୍ରାଳୀନ ବାମ ସରକାର ସିବିଆଇକୁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିଥିଲେ ।ଏବେ ପ୍ରଶ୍ନ ଉଠୁଛି ନାଇଡୁ ଓ ମମତା ସିବିଆଇକୁ ଡରୁଛନ୍ତି କି? ।