ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ ଅସୁସ୍ଥ : ଦିଲ୍ଲୀ ଏମ୍ସରେ ଭର୍ତ୍ତି, ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ

248

କନକ ବ୍ୟୁରୋ : ଅରୁଣ ଜେଟଲୀ ଅସୁସ୍ଥ । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି । ସକାଳେ ୧୦ଟାରୁ ଚେକ୍ଅପ ପାଇଁ ଏମ୍ସରେ ଭର୍ତ୍ତିି ହୋଇଛନ୍ତି ଅରୁଣ ଜେଟଲୀ । ଏଣ୍ଡୋକ୍ରିନୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ ଓ କାର୍ଡିଓଲୋଜିଷ୍ଟ ଡାକ୍ତରଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଓ ଗୃହମନ୍ତ୍ରୀ ଅମିତ ଶାହ ଏମ୍ସରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।

ବିଗତ ବେଶ କିଛି ଦିନ ଧରି ଜେଟଲୀ ଅସୁସ୍ଥ ରହୁଛନ୍ତି । ଅସୁସ୍ଥତା କାରଣରୁ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି ଜେଟଲୀ । ମନ୍ତ୍ରିମଣ୍ଡରରେ ସାମିଲ ନହେବା ପାଇଁ ଅରୁଣ ଜେଟଲୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଜଣାଇଥିଲେ । ଗତ ବର୍ଷ ଜେଟଲୀଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଏହି ଅପରେସନ ପରେ ସେ ମୁଖ୍ୟତଃ ଘରେ ରହୁଥିଲେ । ଗତ ଫେବ୍ରୁଆରୀ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କାମଚଳା ବଜେଟ ଉପସ୍ଥାପନ କରିଥିଲେ । ତିନିଦିନ ତଳେ ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ ହୋଇଥିଲା ।