ଜାମ୍ମୁ କାଶ୍ମୀର ବଡଗାମରେ ଯବାନଙ୍କୁ ଅପହରଣ ! ଛୁଟିରେ ଆସିଥିବା ବେଳେ ଘରୁ ଉଠାଇ ନେଲେ ଅଜଣା ବନ୍ଧୁକଧାରୀ, ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ

169

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରରେ ଯବାନଙ୍କୁ ଅପହରଣ । ଜାମ୍ମୁ-କାଶ୍ମୀରର ବଡଗାମ୍ ଜିଲ୍ଲାରେ ଏପରି ଏକ ଘଟଣା ଏବେ ସେନା ବାହିନୀର ମୁଣ୍ଡ ବିଂଧାର କାରଣ ହୋଇଛି । ଅପହୃତ ଯବାନଙ୍କ ନାଁ ମହମ୍ମଦ ୟାସିନ୍ ବୋଲି ଜଣାପଡିଛି । ସେ କଶ୍ମୀର ଲାଇଟ ଇନଫାନଟ୍ରିରେ ନିୟୋଜିତ ଥିଲେ । ଫେବ୍ରୁଆରୀ ୨୬ରୁ ମାର୍ଚ ୩୧ ଯାଏଁ ସେ ଛୁଟିରେ ଆସିଥିଲେ । ଶୁକ୍ରବାର ରାତିରେ କିଛି ବନ୍ଧୁକଧାରୀ ଅଜଣା ବ୍ୟକ୍ତି କାର୍ ରେ ଆସି ତାଙ୍କୁ ଘରୁ ଅପହରଣ କରିଥିବା ସୂଚନା ମିଳିଛି । ତେବେ ଆତଙ୍କବାଦୀମାନେ ଏହି ଅପହରଣ କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ।

ଯବାନଙ୍କୁ ଅପହରଣ ଖବର ଆସିବା ମାତ୍ରେ ଘାଟିରେ ସୁରକ୍ଷାକର୍ମୀ ଅଲର୍ଟ ହୋଇଛନ୍ତି । ପୁଲିସ ତଦନ୍ତ ଆରମ୍ଭ କରିଛି । ସେନା ଓ ପୋଲିସ ସଂପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ମହମ୍ମଦ ୟାସିନଙ୍କୁ ଅପହରଣ କରିବା ପଛରେ କେଉଁ ଆତଙ୍କବାଦୀ ସଂଗଠନର ହାତ ଅଛି, ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ଆତଙ୍କବାଦୀମାନେ ଛୁଟିରେ ଘରକୁ ଯାଇଥିବା ଯବାନ ଔରଙ୍ଗଜେବ ଓ ଲେଫ୍ଟନାଂଟ ଉମର ଫୈଜଙ୍କୁ ଅପହରଣ କରି ହତ୍ୟା କରିଥିଲେ । ସେଥିପାଇଁ ଲାଇଟ୍ ଇନଫାନଟ୍ରି ଯବାନ ମହମ୍ମଦ ୟାସିନଙ୍କ ଅପହରଣ ଏବେ ସେନା ବାହିନୀର ମୁଣ୍ଡ ବିଂଧାର କାରଣ ହୋଇଛି ।