କନକ ବ୍ୟୁରୋ : ଟାର୍ଗେଟରେ ତହସିଲଦାର । ଅନୁଗୁଳ ଛେଣ୍ଡିପଦା ତହସିଲଦାର ପ୍ରତାପ ପ୍ରୀତିମୟଙ୍କ ଗାଡିକୁ ପେଟ୍ରୋଲ ଢାଳି ପୋଡି ଦେବାକୁ ଉଦ୍ୟମ ହୋଇଛି । କେହି ଦୁର୍ବୃତ୍ତ ତହସିଲଦାରଙ୍କ କାରର ପଛପାଖ ପୋଡିଦେଇଛନ୍ତି । ପ୍ରୀତିମୟଙ୍କ ଗାଡିକୁ ପୋଡାଯିବା ଘଟଣା ସମଗ୍ର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଏ ନେଇ ଥାନାରେ ଅଭିଯୋଗ ହୋଇଛି । ବାଲିଘାଟରୁ ବାଲିଚାଲାଣକୁ ବନ୍ଦ କରିବା ଯୋଗୁଁ ଦୁର୍ବୃତ୍ତ ଏଭଳି କାଣ୍ଡ କରିଥିବା ତହସିଲଦାର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ କରି ଜଣକୁ ଅଟକ ରଖି ପଚରାଉଚରା କରୁଛି । ଅନୁମାନ କରାଯାଉଛି, ବଆଇନ ଭାବେ ବାଲି ଚୋରାଚାଲାଣ କରୁଥିବା ମାଫିଆ ଏଭଳି କାଣ୍ଡ କରିଥାଇପାରନ୍ତି ।
ଟାର୍ଗେଟରେ ଅନୁୁଗୁଳ ଛେଣ୍ଡିପଦା ତହସିଲଦାର ! ପ୍ରତାପ ପ୍ରୀତିମୟଙ୍କ ଗାଡିକୁ ପେଟ୍ରୋଲ ଢାଳି ପୋଡି ଦେବାକୁ ଉଦ୍ୟମ
/kanak/media/post_attachments/wp-content/uploads/2017/09/Screen-shot-2017-09-12-at-12.48.44-PM.png)