ଅନୁଗୁଳରେ ମାଛ ମଡକ ! ୩ ଦିନରେ ମଲେଣି ଦେଢ ଶହ କ୍ୱିଂଟାଲରୁ ଅଧିକ ମାଛ

47

କନକ ବ୍ୟୁରୋ : ଅନୁଗୁଳ ଡେରେଜାଙ୍ଗ ଜଳସେଚନ ପ୍ରକଳ୍ପରେ ମାଛ ମଡକ । ପ୍ରକଳ୍ପରେ କ୍ୱିଂଟାଲ କ୍ୱିଂଟାଲ ମାଛ ମରିପଡିଥିବା ଦେଖିବାକୁ ମିଳୁଛି । ମଧୁର ଜଳରେ ଚାଷ ହେଉଥିବା ମାଛ ଛାଏଁ ଛାଏଁ ମରୁଛନ୍ତି । ଗତ ୩ ଦିନ ମଧ୍ୟରେ ଦେଢଶହ କ୍ୱିଂଟାଲରୁ ଅଧିକ ମାଛ ମାରିସାରିଲେଣି । ମାଛ ମଡକ ନେଇ ରାଜ୍ୟ ମତ୍ସ୍ୟ ଗବେଷଣା କେନ୍ଦ୍ରର ଅଧିକାରୀ ଅନୁଧ୍ୟାନ କରିଛନ୍ତି ।

କାହିଁକି ଏତେ ସଂଖ୍ୟକ ମାଛ ମରୁଛନ୍ତି ତାର ପ୍ରାଥମିକ ଅନୁଧ୍ୟାନ କରିଛି ବିଶେଷଜ୍ଞ ଦଳ । ପରିଚାଳନାଗତ ତ୍ରୁଟି ଲାଗି ଏଭଳି ପରିସ୍ଥିତି ଉପୁଜିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଅନୁଧ୍ୟାନକାରୀ ଦଳ ମଲା ଓ ଜୀଅନ୍ତା ମାଛର ନମୁନା ସଂଗ୍ରହ କରିଛି । ଅତ୍ୟଧିକ ତାତି ଏହାର କାରଣ ବୋଲି ବି ଅନୁଧ୍ୟାନକାରୀ ଟିମ କହିଛି ।