ଓଡିଶା ଉପରେ ପଡୋଶୀ ରାଜ୍ୟର ନଜର ! କୋରାପୁଟ କୁଟିଆ ପରେ ଏବେ ବ୍ରହ୍ମପୁର ପାତ୍ରପୁର ବ୍ଲକର ୨୦ଟି ଗାଁ ଉପରେ ଆନ୍ଧ୍ରର ଆଖି

34

କନକ ବ୍ୟୁରୋ : ଓଡିଶାର ଗାଁକୁ ଧିରେ ଧିରେ ମାଡ଼ି ବସିଲାଣି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ । କୋରାପୁଟ କୁଟିଆ ପରେ ଏବେ ବ୍ରହ୍ମପୁର ପାତ୍ରପୁର ବ୍ଲକର ୨୦ଟି ଗାଁ ଉପରେ ଆନ୍ଧ୍ରର ଆଖି । ବିଭିନ୍ନ ମୌଳିକ ସୁବିଧା ଠାରୁ ଆରମ୍ଭ କରି ଏମାନଙ୍କୁ ଭତ୍ତା ମଧ୍ୟ ଦେଉଛି ଆନ୍ଧ୍ର ସରକାର ।

ଓଡିଶା ଗାଁ ଉପରେ ଆନ୍ଧ୍ରର ନଜର । କୋରାପୁଟର କୁଟିଆ ଗାଁ ପରି ବ୍ରହ୍ମପୁର ପାତ୍ରପୁର ବ୍ଲକର ପାଖାପାଖି ୨୦ଟି ଗାଁ ଉପରେ ଏବେ ଆନ୍ଧ୍ରର ଆଖି । ଏଠାରେ ଗାଁ ଲୋକଙ୍କ ପାଖରେ ଅଛି ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ରାସନ କାର୍ଡ଼ ପରିଚୟ ପତ୍ର । ଭୋଟ ସମୟରେ ମଧ୍ୟ ଏହିମାନେ ଦୁଇ ରାଜ୍ୟର ପ୍ରିତିନିଧିଙ୍କୁ ଭୋଟ ଦେଉଛନ୍ତି । ଏପରିକି ଓଡିଶାରେ ମାସକୁ ଭତା ୩ଶହ ମିଳୁଥିବା ବେଳେ ଆନ୍ଧ୍ର ସରକାର ଦେଉଛନ୍ତି ହଜାରେ ଟଙ୍କା ।

ସ୍ୱାଧିନତା ପରେ ଏହି ୨୦ଟି ଗାଁର ଲୋକ ଓଡ଼ିଶାରେ ରହୁଛନ୍ତି । ଏସବୁ ଆଦିବାସୀ ଅଂଚଳରେ ଏବେ ସରକାରୀ ଯୋଜନା ଅପହଂଚ । ଆନ୍ଧ୍ର ସରକାର ନିଜର ଭୋଟ ପରିଚୟ ପତ୍ର,ରାସନ କାର୍ଡ ଓ ଇନ୍ଦିରା ଆବାସ ସୁବିଧା ଦେଉଥିବାରୁ ଏଠାକାର ଲୋକମାନେ ଆନ୍ଧ୍ରର ଗୁଣଗାନ କରୁଛନ୍ତି । ଠିକ ସମୟରେ ଭତା ଓ ଚାଉଳ ମଧ୍ୟ ଦେଉଛି ଆନ୍ଧ୍ର ସରକାର । ରାଜ୍ୟ ସରକାର ମୌଳିକ ସୁବିଧା ଦେବାରେ ଏମାନଙ୍କୁ ଅବହେଳା କରୁଥିବା ଅଭିଯୋଗ ହୋଇଛି । ରାଜ୍ୟ ବିଜେପିର ଏକ ଟିମ ଏସବୁ ଅଂଚଳ ବୁଲି ଅନୁଧ୍ୟାନ କରିଛନ୍ତି ।