କନକ ବ୍ୟୁରୋ : କେମିକାଲ ଆଟାକ ପରେ ସିରିଆ ଉପରେ ଆମେରିକାର କଡା କାର୍ଯ୍ୟାନୁଷ୍ଠାନ । ସିରିଆ ଉପରେ ଆମେରିକା କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ସିରିଆ ଏୟାରବେସ ଉପରେ ୬୦ଟି କ୍ଷେପଣାସ୍ତ୍ର ମାଡ ହୋଇଛି । ବିଦ୍ରୋହୀଙ୍କ ଅଂଚଳକୁ ମଧ୍ୟ ଆମେରିକା କବଜା କରିଛି ।
ପ୍ରଥମ ଥର ପାଇଁ ସିରିଆ ସରକାର ବିରୋଧରେ ଆମେରିକା କଡା କାର୍ଯ୍ୟାନୁଷ୍ଠାନ ନେଇଛି । କେମିକାଲ ଆକ୍ରମଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସିରିଆ କେମିକାଲ ଆକ୍ରମଣ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିରିଆ ରାଷ୍ଟ୍ରପତି ବସର ଅଲ ଅସଦଙ୍କୁ ଦାୟୀ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-07-09h26m48s970.png)