ମୁମ୍ବାଇ ନାନାବତୀ ହସ୍ପିଟାଲରେ ବିଗ୍ ବି ଅମିତାଭ ବଚ୍ଚନ :  ୩ଦିନ ହେଲା ଚାଲିଛି ଚିକିତ୍ସା,ରୁଟିନ୍ ଚେକ୍ଅପ୍ ପାଇଁ ଭର୍ତ୍ତି ହୋଇଥିବା ସୂଚନା

602

ହସ୍ପିଟାଲରେ ଅମିତାଭ । ରୁଟିନ ଚେକଅପ ପାଇଁ ବିିଗ ବି ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳବାରଠାରୁ  ସେ ମେଡିକାଲରେ ଅଛନ୍ତି ।  ମଙ୍ଗଳବାର ଦିନ ପ୍ରାୟ ୨ଟାରେ ସେ ମେଡିକାଲ ଆସିଥିଲେ । ତା ପରେ ୩ ଦିନ ହେଲା ତାଙ୍କର ରୁଟିନ ଚେକଅପ୍ ଚାଲଛି । ଆସନ୍ତା ରବିବାର ଦିନ ତାଙ୍କୁ ଡିସଚାର୍ଜ କରାଯାଇପାରେ  । କେବଳ ପରିବାର ଲୋକଙ୍କୁ ହିଁ  ଅମିତାଭଙ୍କୁ ଭେଟିବାକୁ ଦିଆଯାଉଛି  ।

ଦୀର୍ଘବର୍ଷ ଧରି  ସେ ଲିଭରଜନିତ ସମସ୍ୟାରେ ପୀଡିତ ଅଛନ୍ତି । ୨୦୧୨ ରେ ବି ସେ ୧୨ ଦିନ ଯାଏଁ ହସପିଟାଲରେ ଥିଲେ । ୧୯୮୨ ମସିହାରେ  କୁଲି ଫିଲ୍ମର ସୁଟିଂ ବେଳେ ଅମିତାଭ ବଚ୍ଚନ ଆହତ ହୋଇଥିଲେ ।  ତା ପରଠାରୁ ସେ ବାରମ୍ବାର ଅସୁସ୍ଥ ହେଉଥିବା ଘଟଣା ସାମ୍ନାକୁ ଆସିଛି । ଅମିତାଭ ବଚ୍ଚନଙ୍କ କୌନ ବନେଗା କରୋଡପତି ବର୍ତମାନ ଚର୍ଚ୍ଚାରେ ରହିଛି । ଏହାଛଡା ସେ ଏବେ ୪ଟି ଫିଲ୍ମରେ ବି ଅଭିନୟ କରୁଛନ୍ତି । ଗତ ସପ୍ତାହରେ ଅମିତାଭ ୭୭ ବର୍ଷରେ  ପଦାର୍ପଣ କରିଥିଲେ ।