ଆଜି ଓଡିଶା ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ! ଆସନ୍ତାକାଲି ବିଜେପି କାର୍ଯ୍ୟକାରିଣୀରେ ଦେବେ ଯୋଗ

43

କନକ ବ୍ୟୁରୋ : ଆଜି ଓଡିଶା ଆସିବେ ବିଜେପି ରାଷ୍ଟ୍ରାଧ୍ୟକ୍ଷ ଅମିତ ଶାହା । ଦୁଇ ଦିନିଆ ବିଜେପି ରାଷ୍ଟ୍ରିୟ କାର୍ଯ୍ୟକାରିଣୀରେ ଯୋଗ ଦେବାକୁ ଆସିବେ ଅମିତ ଶାହା । ଆଜି ଅପରାହ୍ଣ ଗୋଟାଏରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ଶାହା ।

ସେଠାରୁ ସିଧା ଏଜି ଛକ ଆସି ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ । ସେଠାରୁ ସିଧା ହୋଟେଲ ମେଫେୟାରକୁ ଯିବେ ଅମିତ । ଅପରାହ୍ଣରେ ବିଜେପି କାର୍ଯ୍ୟାଳୟରେ ଓଡିଶା ନୂଆ ବର୍ଷ ପାଳନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।