ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ! ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧୂସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ

111

କନକ ବ୍ୟୁରୋ : ଏବେ ବିଜେପି ଫୋକସରେ ଓଡିଶା । ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ରାଜନୈତିକ ଦଳଗୁଡିକ ମଧ୍ୟରେ ସେତିକି ତତ୍ପରତା ପ୍ରକାଶ ପାଉଛି ।  ଏନେଇ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । କଟକ ସତ୍ୟଭାମାପୁରରେ ପହଚିଂଛନ୍ତି ଶାହା । ଉତ୍କଳ ଗୌରବ ମଧୂସୂଦନ ଦାସଙ୍କ ଜନ୍ମସ୍ଥାନ ହେଉଛି ସତ୍ୟଭାମାପୁର । ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସତ୍ୟଭାମାପୁରରୁ ନିଶ୍ଚିନ୍ତକୋଇଲି ବ୍ଲକ୍ କୁଳିଆ ଆରଏମସି ପଡିଆକୁ ଶାହା ଯିବେ ।

କଟକ ଜିଲ୍ଲାର ୪ଟି ଜିଲ୍ଲା ଯଥା କଟକ, କେନ୍ଦ୍ରାପଡା, ଯାଜପୁର ଓ ଜଗତସିଂହପୁରର ବିଜେପି ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କୁ ଆଗାମୀ ନିର୍ବାଚନ ନେଇ ମନ୍ତ୍ର ଦେବେ । ୬ମାସ ତଳେ ଭୁବନେଶ୍ୱରରେ ବୁଥ୍ ସ୍ତରୀୟ କର୍ମକର୍ତାଙ୍କୁ ଅମିତ୍ ଶାହା ଦେଇଥିବା ଟାସ୍କ କେତେଦୂର କାର୍ଯ୍ୟକାରୀ ହୋଇଛି ଓ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳୀୟ ରଣନୀତି କଣ ହେବ, ସେ ନେଇ କର୍ମୀଙ୍କୁ ମନ୍ତ୍ର ଦେବ । ଏହି କାର୍ଯ୍ୟକ୍ରମରେ ୭୦ହଜାର କର୍ମୀ ଯୋଗ ଦେବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।