ପୁରୀରେ ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ଆମିକସ କ୍ୟୁରିଙ୍କ ସାର୍ଟିଫିକେଟ : ନିୟମ ଅନୁଯାୟୀ ଚାଲିଛି ଉଚ୍ଛେଦ କାମ, ବିକାଶ ପାଇଁ ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍

575

କନକ ବ୍ୟୁରୋ : ପୁରୀରେ ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ସାର୍ଟିଫିକେଟ ଦେଇଛନ୍ତି ଆମିକସ କ୍ୟୁରି ରଂଜିତ୍ କୁମାର ।  ନିୟମ ଅନୁଯାୟୀ ପୁରୀରେ  ଉଚ୍ଛେଦ କାମ ଚାଲିଛି ।   ୨୫ ବର୍ଷରେ ଥରେ ନାଗାର୍ଜୁନ ବେଶ ହୁଏ । ଆସନ୍ତା ବର୍ଷ ନାଗାର୍ଜୁନ ବେଶ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ । ପାଖାପାଖି ୧୫ ଲକ୍ଷଙ୍କ ଭକ୍ତ ସମାଗମ ହେବାର ସମ୍ଭାବନା ରହିଛି । ଏନେଇ ଶ୍ରୀମନ୍ଦିର ଆଖପାଖରେ ସ୍ୱଚ୍ଚତା ଜରୁରୀ । ପୁରୀର ଉନ୍ନତି ପାଇଁ ଏହି ପଦକ୍ଷେପ ନିଆଯାଉଛି । ସୁପ୍ରିମକୋର୍ଟଙ୍କ୍ ନିର୍ଦ୍ଦେଶ କ୍ରମବିସ୍ଥାପିତଙ୍କୁ ଉପଯୁକ୍ତ ଥଇଥାନ ପାଇଁ ଦାବି ଜଣାଇଲେ ଜଗନ୍ନାଥ ସେନା ଓ ପୁରୀ ସୁରକ୍ଷା ମଂଚ । 

ପୁରୀରେ ପହଁଚିଥିବା ଆମିକସ୍ କ୍ୟୁରୀ ଓ ସିଲିସିଟର ଜେନେରାଲ୍ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ଆପତି, ଅଭିଯୋଗ ଶୁଣୁଛନ୍ତି । ଏହା ସହିତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିବେ । ଏହା ପୂର୍ବରୁ ରାଜ ନଅରରେ ଗଜପତି ମହାରାଜଙ୍କ ସହ ଆଲୋଚନା କରଥିଲେ ଆମିକସକ୍ୟୁରୀ ଓ ସିଲିସିଟର ଜେନେରାଲ୍ । ଆମିକସ କ୍ୟୁରୀ ଓ ସିଲିସିଟର ଜେନେରାଲଙ୍କ ସହ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ଏସପି ଉମାଶଙ୍କର ଦାଶ ଓ କେନ୍ଦ୍ରାଂଚଳ ଜିଆଇଜି ଆଶିଷ ସିଂହ ଅଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିର ଠାରୁ ୭୫ ମିଟର ଭିତରେ ଉଚ୍ଛେଦ ଚାଲିଥିବା ବେଳେ ଓ ଏହାକୁ ନେଇ ବିରୋଧ ଦେଖାଦେଇଛି । ଆଉ ଏହା ମଧ୍ୟରେ ପୁରୀରେ ପହଂଚିଛନ୍ତି ଆମିକସକ୍ୟୁରୀ ଓ ସଲିସିଟର ଜେନେରାଲ । ଆଜି ସକାଳ ସାଢେ ୭ଟା ଶ୍ରୀମନ୍ଦିରରେ ପହଁଚିଛନ୍ତି ଆମିକସକ୍ୟୁରୀ ରଂଜିତ୍ କୁମାର ଓ ସିଲିସିଟର ଜେନେରାଲ ତୁଷାର ମେହଟା । ପୁରୀରେ ପହଁଚିବା ପରେ ଚାହଁଣି ମଣ୍ଡପରୁ ଉଭୟ, ଉଛେଦ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ।