ରକ୍ତପରୀକ୍ଷା କରିବା ପାଇଁ ଆଉ ଯିବାକୁ ପଡ଼ିବ ନାହିଁ ଲ୍ୟାବ୍ ! ଘରେ ବସି ବସି ଆପଣଙ୍କ ସ୍ମାର୍ଟଫୋନରେ ଚିହ୍ନଟ କରିପାରିବେ ରୋଗ

61

ସ୍ମାର୍ଟଫୋନ ଏବେ ଆମ ଜୀବନର ଏକ ଗରୁତ୍ୱପ୍ରୂ୍ଣ୍ଣ ଅଙ୍ଗ । ଗୋଟିଏ ଦିନ ବି ସ୍ମାର୍ଟଫୋନ ବିନା ରହିବା ମୁସ୍କିଲ ହୋଇଯାଉଛି । ଯଦି ଅଫିସ ଯିବା ସମୟରେ କୌଣସି ବ୍ୟକ୍ତିର ସ୍ମାର୍ଟଫୋନ ଭୁଲରେ ଘରେ ରହିଯାଏ, ତେବେ ଲାଗେ ଯେପରି ବହୁତ ବଡ଼ ଚିଜ ପାଖରେ ନାହିଁ । ଏବେ ସମସ୍ତେ ପ୍ରତି ୫ରୁ ୧୦ ମିନିଟ ମଧ୍ୟରେ ମୋବାଇଲ ଫୋନ୍ ଦେଖିବାର ଆପଣ ଅନୁମାନ କରିିଥିବେ । ତେବେ ବର୍ତ୍ତମାନ ସ୍ମାର୍ଟଫୋନ ଏତେ ଆଡ଼ଭାନ୍ସ ହୋଇସାରିଛି ଯେ ଆମ ଛୋଟ ବଡ଼ କାମକୁ ଘରେ ବସି ପୁରା କରିପାରୁଛି । ସ୍ମାର୍ଟଫୋନରେ ଆମେ ଘରେ ବସି ଟଙ୍କା ଦେଣଦେଣ ଠାରୁ ଆରମ୍ଭ କରି ସପିଂ ଆଦି କରିପାରୁଛୁ । ଆଜିକାଲି କିଛି ସ୍ମାର୍ଟଫୋନରେ ଏପରି ଜ୍ଞାନକୌଶଳ ଆସିଯାଇଛି, ଯାହା ଜରିଆରେ ଆପଣ ରକ୍ତଚାପ ମଧ୍ୟ ପରୀକ୍ଷା କରିପାରିବେ । ନିଜର ହୃଦସ୍ପନ୍ଦନ ଉପରେ ମଧ୍ୟ ନଜର ରଖିପାରିବେ । କେବଳ ଏତିକି ନୁହେଁ ନିଜର ଷ୍ଟ୍ରେସ୍ ଲେବଲ ମଧ୍ୟ ଚେକ୍ କରିପାରିବେ । କିନ୍ତୁ ସ୍ମାର୍ଟଫୋନକୁ ନେଇ ଆଉ ଅନେକ ସୁବିଧା ଉପଲବ୍ଧ ଯାହ ଆପଣ ଜାଣିନଥିବେ । ବ୍ୟାକ୍ଟେରିଆ ଓ ଭାଇରସ ସଂକ୍ରମଣ ହେବାର ଆଶଙ୍କାରେ ଆମେ ଲ୍ୟାବ ଯାଇ ଯାଂଚ କରାଉ । ଅନେକ ଥର ରିପୋର୍ଟ ଆସୁ ଆସୁ ବିଳମ୍ବ ହୋଇଯାଏ । ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ପାଇଁ ସ୍ମାର୍ଟଫୋନକୁ ହିଁ ଲ୍ୟାବରେ ପରିବର୍ତ୍ତନ କରିଦେଛନ୍ତି । ଏହି ଲ୍ୟାବକୁ ଆମେ ମନଇଚ୍ଛା ସ୍ଥାନାନ୍ତର କିରପାରିବା ।

ଏହାଦ୍ୱାରା ସଂକ୍ରାମକ ରୋଗକୁ ଶୀଘ୍ର ଚିହ୍ନଟ କରାଯାଇପାରିବ ଓ ଅଳ୍ପ ଖର୍ଚ୍ଚରେ ରୋଗ ଭଲ ହୋଇଯିବ । ସ୍ମାର୍ଟଫୋନ ଲ୍ୟାବରେ ଯାଦୁ, କାଛୁ, କୁଣ୍ଡିଆ ଓ ଜଳାପୋଡ଼ା ସମେତ ୧୨ଟି ଭାଇରାଲ ଓ ବ୍ୟାକ୍ଟେରିଆଲ ସଂକ୍ରମଣର ରୋଗର ଚିହ୍ନଟ ହୋଇପାରିବ । ଯେଉଁ ଅଂଳରେ ଚିକିତ୍ସା ସୁବିଧା ନାହିଁ ସେଠାରେ ଭଲରେ ବ୍ୟବହାର ହୋଇପାରିବ । ୱାସିଂଟନ୍ ଷ୍ଟେଟ୍ ୟୁନିଭର୍ସିଟିର ଅଧ୍ୟୟନକର୍ତ୍ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ସ୍ମାର୍ଟଫୋନ ଲ୍ୟାବରେ ଏକ ରିଡ଼ର ଲଗାଯାଇଛି । ଯାହା ଏକ ସଙ୍ଗେ ୯୬ ଟି ନମୁନାର ଫଟୋ ନେଇପାରିବ । ଆଉ ତା’ପରେ କମ୍ପ୍ୟୁଟର ପ୍ରୋଗ୍ରାମ ସାହାଯ୍ୟରେ ଉକ୍ତ ନମୁନା ଗୁଡ଼ିକର ଅଧ୍ୟୟନ କରାଯାଏ । ଯେଉଁଠି ସଂକ୍ରାମକ ରୋଗ ଚିହ୍ନବା ସହଜ ହୋଇଯିବ । କେବଳ ଏକ ପ୍ରତିଶତ ମାମଲାରେ ଏହି ଲ୍ୟାବ ସଂକ୍ରମଣର ସଠିକ ଚିହ୍ନଟ କରିବାରେ ଅସଫଳ ରହିଛି । ତେବେ ଉଠିତ ରୂପରେ ପରୀକ୍ଷା ନୀରିକ୍ଷା ପରେ ଏହାକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ବୋଲି ଆଶାକରାଯାଇଛି ।