ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଇ-କମର୍ସ କମ୍ପାନୀଗୁଡ଼ିକ ଆରମ୍ଭ କଲେ ସେଲ୍ ! ମିଳୁଛି ୭୦ ପ୍ରତିଶତ ରିହାତି

64

ଗ୍ରାହକମାନଙ୍କ ପାଇଁ ଖୁସି ଖବର । ଅନଲାଇନ କିଣା କିଣି ଉପରେ ବଡ ରିହାତି ପାଇବାର ଅପେକ୍ଷାର ଅନ୍ତ ହୋଇଛି । ଆମାଜୋନ ଏବଂ ଫ୍ଲିପକାର୍ଟ ପରି ଇ-କମର୍ସ କମ୍ପାନୀ ସାଧାରଣତନ୍ତ୍ର ଦିବସ ଦିବସ ବିକ୍ରି ଆରମ୍ଭ କରିଦେଇଛନ୍ତି । ଏଥିରେ ସବୁ ଜିନିଷ ଉପରେ ୫୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ । ଶନିବାର ମଧ୍ୟ ରାତ୍ରୀରୁ ଆରମ୍ଭ ହୋଇଥିବା ଆମାଜୋନ ଇଣ୍ଡିଆର ‘ଗ୍ରେଟ ଇଣ୍ଡିଆନ ସେଲ’ରେ ୧୬ କୋଟିରୁ ଅଧିକ ଜିନିଷ ଉପରେ ରିହାତି ପ୍ରଦାନ କରାଯାଉଛି । ଏହି ସେଲ ୨୪ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଆମାଜନ ପ୍ରାଇମ ମେମ୍ବରମାନଙ୍କ ପାଇଁ ଏହି ସେଲ ୧୨ ଘଂଟା ପୂର୍ବରୁ ଅର୍ଥାତ ଶନିବାର ମଧ୍ୟାହ୍ନ ୧୨ଟାରୁ ଆରମ୍ଭ କରାଯାଇଛି । ଫ୍ଲିପକାର୍ଟ ମଧ୍ୟ ୨୧ ଜାନଆରୀରୁ ୩ ଦିନ ବିଶିଷ୍ଟ ‘ରିପବ୍ଲିକ ଡେ ସେଲ’ ଆରମ୍ଭ କରିଦେଇଛି । ସେହିପରି ଅନଲାଇନ ମାର୍କେଟପ୍ଲେସ ସପକ୍ଲୁଜ ୧୯ ଜାନୁଆରୀରୁ ‘ଅଚ୍ଛେ ଦିନ ସେଲ’ ନାମରେ ବିକ୍ରି ଆରମ୍ଭ କରିଦେଇଛି । ଏଥିରେ ୨୦ ଲକ୍ଷରୁ ଅଧିକ ଜିନିଷ ଉପରେ ୬୬ ପ୍ରତିଶତରୁ ଅଧିକ ରିହାତି ମିଳୁଛି ।

ଫ୍ଲିପକାର୍ଟ ରିପବ୍ଲିକ ଡେ ସେଲ-
ଏହି ସେଲରେ ଇ-କମର୍ସ ୱେବସାଇଟରେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଡିଲ ଠାରୁ ଆରମ୍ଭ କରି ଲିମିଟେଡ ପିରିୟଡ ଅଫର ଉପଲବ୍ଧ ହେଉଛି । କମ୍ପାନୀ ଏହି ସେଲ ପାଇଁ ସିଟି ବ୍ୟାଙ୍କ ସହିତ ବୁଝାମଣା କରିଛି । ଏହି ସେଲରେ କିଣିବା ପରେ ସିଟି ବ୍ୟାଙ୍କ ଡେବିଟ କିମ୍ବା କ୍ରେଡିଟ କାର୍ଡରେ ପେମେଣ୍ଟ କଲେ ଗ୍ରାହକଙ୍କୁ ୧୦ ପ୍ରତିଶତ କ୍ୟାସବ୍ୟାକ ଅଫର ମଧ୍ୟ ମିଳୁଛି । ଏହି ସେଲରେ ଫ୍ଲିପକାର୍ଟ ସ୍ମାର୍ଟଫୋନ ଉପରେ ମଧ୍ୟ ଆକର୍ଷଣୀୟ ଅଫର ପ୍ରଦାନ କରୁଛି । ଏହା ବ୍ୟତୀତ ଲ୍ୟାପଟପ ଠାରୁ ଆରମ୍ଭ କରି ଟିଭି, କ୍ୟାମେରା ଆଦି ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି ।

ଆମାଜନ ଗ୍ରେଟ ଇଣ୍ଡିଆନ ସେଲ ଡିଲ୍ସ-
ଆମାଜୋନର ଗ୍ରେଟ ଇଣ୍ଡିଆନ ସେଲ ୨୧ ଜାନୁଆରୀରୁ ୨୪ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଏହି ସେଲରେ ସ୍ମାର୍ଟଫୋନ ଉପରେ ବଡ ରିହାତି ମିଳୁଛି । ରିହାତି ବ୍ୟତୀତ ଏହି ସେଲରେ ଏଚଡିଏଫସି ଡେବିଟ କିମ୍ବା କ୍ରେଡିଟ କାର୍ଡରେ ସପିଙ୍ଗ କରିବା ଫଳରେ ୧୦ ପ୍ରତିଶତ ଅତିରିକ୍ତ ରିହାତି ମିଳୁଛି । ଆମାଜୋନ ପେ’ରେ ସପିଙ୍ଗ କରିବା ଦ୍ୱାରା ୨୦୦ ଟଙ୍କା କ୍ୟାସବ୍ୟାକ ମିଳୁଛି । ସ୍ମାର୍ଟଫୋନ ବ୍ୟତୀତ କ୍ୟାମେରା ଟିଭି, ପୋଷାକ, ହେଡଫୋନ ଆଦି ଉପରେ ମଧ୍ୟ ରିହାତି ମିଳୁଛି । ଏହା ସହିତ ଆମାଜୋନ ପ୍ରାଇମ ମେମ୍ବରମାନଙ୍କ ପାଇଁ ୱାନ-ଡେ, ଟୁ-ଡେ ଡେଲିବରୀ, ଭିଡିଓ ଷ୍ଟ୍ରିମିଙ୍ଗ ଆକସେସ ଆଦି ଅଫର ମଧ୍ୟ ଉପଲବ୍ଧ କରାଯିବ ।