ସିବିଆଇ ବନାମ ସିବିଆଇ : ସୋମବାର ସୁଦ୍ଧା ସିଭିସି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

୨୦ରେ ପରବର୍ତ୍ତୀ ଶୁଣାଣି

88

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ତଦନ୍ତ ଏଜେନସିରେ ଚାଲିଥିବା ଆଭ୍ୟନ୍ତରୀଣ ବିବାଦ ନେଇ ସୁପ୍ରିମକୋର୍ଟରେ ମଙ୍ଗଳାବାର ଦିନ ପୁଣି ଶୁଣାଣି ହେବ । ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ସିଭିସି ରିପୋର୍ଟ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ ସେ ସୋମବାରସୁଦ୍ଧା ଜବାବ ଦେବେ । ଏହା ପରେ ମଙ୍ଗଳବାର ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆଜି ଶୁଣାଣିବେଳେ ମାମାଲା ନେଇ ଯାଂଚ କମିଟିର ମ୍ରୁଖ୍ୟଏ.କେ ପଟ୍ଟନାୟକ କୋର୍ଟକୁ ରିପୋର୍ଟ ଦେଇଥିଲେ । ଏହା ପରେ ପ୍ରଧାନ ବିଚାରପତି କହିଥିଲେ, କେନ୍ଦ୍ର ସରକାରଙ୍କ କୌଣସି ଆପତି ନ ହେଲେ ଆଲୋକ ବର୍ମାଙ୍କୁ ସିଭିସି ରିପୋର୍ଟର କପି ଦିଆଯିବ । ସେ ସୋମବାର ସୁଦ୍ଧ ତାଙ୍କ ରିପୋର୍ଟ ଦେବେ ।

ତେବେ ଆସ୍ଥାନାଙ୍କୁ ସିଭିସି ରିପୋର୍ଟର କପି ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଏହାଛଡା ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓ କୌଣସି ଭୁଲ ନିଷ୍ପତି ନେଇନାହାନ୍ତି ବୋଲି ପ୍ରଧାନ ବିଚାରପତି ଶୁଣାଣିବେଳେ କହିଥିଲେ । ଏବେ ବର୍ମା ସୋମବାରସୁଦ୍ଧା ରିପୋର୍ଟ ଦେବା ପରେ ମାମଲାର ଶୁଣାଣି ମଙ୍ଗଳବାରଦିନ କରିବେ ସୁପ୍ରିମକୋର୍ଟ । ଗତ ସପ୍ତାହରେ ଶୁଣାଣିରେ କେନ୍ଦ୍ରୀୟ ଭିଜିଲାନସ କମିଶନ, ସିଭିସି ଦୁଇଟି ବନ୍ଦ ଲଫାଫାରେ କୋର୍ଟକୁ ବିବାଦ ନେଇ ରିପୋର୍ଟ ଦେଇଥିଲେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୧୨ ନଭେମ୍ବରରେ କୋର୍ଟକୁ ଏହି ରିପୋର୍ଟ ଦିଆଯାଇଥିଲା । ସିଭିସି ରିପୋର୍ଟରେ ପୁରା ବିବାଦର ଯାଂଚ ରିପୋର୍ଟ ଓ ମଧ୍ୟବର୍ତୀକାଳୀନ ନିର୍ଦ୍ଦେଶକ ନାଗେଶ୍ୱର ରାଓ ଦ୍ୱାରା ନିଆଯାଇଥିବା ନିଷ୍ପତିର ତାଲିକା ଅଛି । ସିବିଆଇ ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଯାଂଚ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ.କେ.ପଟ୍ଟନାୟକ ଏହାର ଯାଂଚ କରୁଥିଲେ । ଲାଂଚ ବିବାଦ ପରେ ଅକ୍ଟୋବର ୨୩ ତାରିଖରେ ଆଲୋକ ବର୍ମା ଓ ରାକେଶ ଆସ୍ଥାନକୁ ସରକାର ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛନ୍ତି ।