ସମ୍ବଲପୁରରେ ଖୋଲିଲା ରାଜ୍ୟର ପ୍ରଥମ ମହିଳା ଡାକଘର : ପୋଷ୍ଟ ମାଷ୍ଟରଙ୍କ ସମେତ ସବୁ କର୍ମଚାରୀ ମହିଳା

354

କନକ ବ୍ୟୁରୋ : ଆଉ ପଛରେ ନାହାନ୍ତି ମହିଳା । କେବଳ ଘର କାମରେ ନିଜକୁ ସୀମିତ ନରହି ଘର ଚଳାଉଛନ୍ତି । ଓଡ଼ିଶା ଆଜି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ । ଏହି ଉଦ୍ଦେଶ୍ୟରେ ସମ୍ବଲପୁରରେ ପ୍ରଥମ ମହିଳା ଡାକଘର ଆରମ୍ଭ ହୋଇଛି । ସମ୍ବଲପୁର ଗୋଲବଜାରଠାରେ ଏହି ଡାକଘର ଆରମ୍ଭ ହୋଇଥିବାବେଳେ ଡାକଘରର ସମସ୍ତ କର୍ମଚାରୀ ମଧ୍ୟ ମହିଳା ।

ସମ୍ବଲପୁରରେ ରାଜ୍ୟର ପ୍ରଥମ ମହିଳା ଡାକଘର, ଯେଉଁଠି ସବୁ କର୍ମଚାରୀ ମହିଳା । ସଂପୂର୍ଣ୍ଣ ମହିଳାଙ୍କ ଦ୍ୱାରା ପରିଚାଳିତ ଡାକଘର । ପୋଷ୍ଟ ମାଷ୍ଟରଙ୍କ ଠାରୁ ଆରମ୍ଭ କରି ପୋଷ୍ଟ ପିଅନ୍ ସମସ୍ତେ ମହିଳା । ଅନ୍ୟ ଡାକଘର ଭଳି ଏଠାରେ ସମସ୍ତ ପ୍ରକାର ନେଣ ଦେଣ କ୍ଷୁଦ୍ର ଜମା, ପୋଷ୍ଟ ପେମେଂଟ ବ୍ୟାଙ୍କ ସେବା କରାଯାଉଛି ।

ଏହାକୁ ନେଇ ମହିଳା ଗ୍ରାହକମାନେ ଖୁସି ଥିବା ବେଳେ କାମ କରୁଥିବା ମହିଳା କର୍ମଚାରୀମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି । ମହିଳା ସଶକ୍ତିକରଣର ଏହି ନୂଆ ପଦକ୍ଷେପ ଆଗାମୀ ଦିନରେ ଅନ୍ୟ ବିଭାଗ ପାଇଁ ମଡେଲ୍ ପାଲଟିବ ।