ଦଙ୍ଗଲ ଅଭିନେତାଙ୍କୁ ପ୍ରତ୍ୟାଖାନ ! ଆମିର ଖାନଙ୍କ ସିନେମାରେ କାମ କରିବା ପାଇଁ ମନାକଲେ ଚୁଲବୁଲି ଆଲିଆ ଭଟ୍ଟ

46

ବଲିଉଡରେ ଏମିତ କୌଣସି ଅଭିନେତ୍ରୀ ନଥିବେ ଯିଏ ମିଷ୍ଟର ପରଫେକ୍ସନିଷ୍ଟ ତଥା ଆମିର ଖାନଙ୍କ ପରି ତାରକାଙ୍କ ସହ କାମ କରିବା ପାଇଁ ଚାହିଁବେ ନାହିଁ । କିନ୍ତୁ ଏମିତି କିଛିି ନାୟିକା ଅଛନ୍ତି ଯେଉଁମାନେ ବଡ ତାରକାଙ୍କ ସହ କାମ କରିବା ପୂର୍ବରୁ ନିଜର ଭୂମିକାକୁ ଅଧିକ ଗୁରୁତ୍ୱ ଦିଅନ୍ତି । ଏମିତି ଜଣେ ନାୟିକା ହେଲ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ।

ଖବର ଅନୁସାରେ ଆଲିଆ ଭଟ୍ଟ ଆମିରଙ୍କ ସହ ଏକ ସିନେମାର ଅଫରକୁ ମନା କରି ଦେଇଛନ୍ତି । ପ୍ରକୃତକଥା ହେଲା ଉକ୍ତ ସିନେମାରେ ଆଲିଆଙ୍କ ଭୂମିକା ବହୁତ ଛୋଟ ଥିବା ସହ ସେପରି କିଛି ଗୁରୁତ୍ୱପୂର୍ଣ୍ଣ ମଧ୍ୟ ନଥିଲା ଏଥିପାଇଁ ଆଲିଆ ସିନେମା ପାଇଁ ମନା କରିଛନ୍ତି ବୋଲି ସୂଚନା ମିଳିଛି । ସମସ୍ତେ ଜାଣନ୍ତି ଆମିରଙ୍କ ସିନେମା ‘ଠଗ୍ସ ଅଫ ହିନ୍ଦୋସ୍ତାନ’ ପାଇଁ ଏବେ ନାୟିିକା ଖୋଜା ଜାରି ରହିଛି ।

ପ୍ରଥମେ ଏହି ସିନେମା ପାଇଁ ବାଣୀ କପୁରଙ୍କ ନାଁ ଶୁଣିବା ପାଇଁ ମିଳିଥିଲା । କିନ୍ତୁ ଆମିର ତାଙ୍କୁ ମନା କରି ଦେଇଥିଲେ । ଆମିର ଚାହୁଁଥିଲେ ଆଲିଆ ତାଙ୍କ ସହ କାମ କରନ୍ତୁ ଏଥିପାଇଁ ସେ ବ୍ୟକ୍ତିଗତ ଭାବ ଆଲିଆଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ପ୍ରଥମେ ତ ଆଲିଆ ଆମିରଙ୍କ ଅଫରକୁ ଖୁସି ଖୁସି ଗ୍ରହଣ କରିଥିଲେ କିନ୍ତୁ ସ୍କ୍ରିପ୍ଟ ପଢିଲା ପରେ ଜାଣିଲେ ସିନେମାରେ ତାଙ୍କ ଭୂମିକା ବହୁତ ଛୋଟ ତେଣୁ ଏଥିପାଇଁ ସେ ସିନେମାରେ କାମ କରିବା ପାଇଁ ମନା କରିଦେଲ ।