ନା ଫୁଟିଲା ବାଣ, ନା ମିଠା ବଂଟାଗଲା : ମୋଦିଙ୍କ ବିଜୟ ନେଇ ଗୁଜୁରାଟରେ ଅତି ନିରାଡ଼ମ୍ବର ଭାବେ ବିଜୟ ଉତ୍ସବ ପାଳିଲେ ବିଜେପି କାର୍ଯ୍ୟକର୍ତ୍ତା

169

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ରେ ବିଜେପି ପୁଣି ଥରେ ପ୍ରଚଣ୍ଡ ବହୁମତରେ ବିଜୟ ହାସଲ କରିଛି । କେନ୍ଦ୍ରରେ ପୁଣି ଥରେ ମୋଦି ସରକାର । ବାରଣାସୀରୁ ଦ୍ୱିତୀୟ ଥର ପାଇଁ ରେକର୍ଡ ଭୋଟରେ ବିଜୟ ହୋଇଛନ୍ତି । ତେବେ ବିଜେପିର ବିଜୟ ନେଇ ଗୁଜୁରାଟରେ ଏକ ବଡ଼ ଉତ୍ସବ ହେବାର ଯୋଜନା ରହିଥିଲା । ହେଲେ ଶେଷ ମୁହୂର୍ତ୍ତରେ ଯୋଜନାରେ ପରିବର୍ତ୍ତନ କରାଯାଇ ନିରାଡମ୍ବର ଭାବେ ନରେନ୍ଦ୍ର ମୋଦି ଓ ବିଜେପି, ବିଜୟ ଉତ୍ସବ ମନାଇଥିଲେ ।

ମୋଦିଙ୍କ ଗୃହରାଜ୍ୟ ଗୁଜୁରାଟ୍ । ଲୋକସଭା ୨୦୧୯ ନିର୍ବାଚନରେ ବହୁମତ ମିଳିବାରେ ପରେ ଗୁଜରାଟରେ ବଡ଼ ଉତ୍ସବ ମନାଇବା ପାଇଁ କାର୍ଯ୍ୟକର୍ତ୍ତା ପାଇଁ ପ୍ରସ୍ତୁତି ସାରିଥିଲ । ଲୋକେ ମଧ୍ୟ ଖୁବ ବହୁତି ଉତ୍ସାହିତ ଥିଲେ । ପ୍ରଧାନମନ୍ତ୍ରୀ ଆଜି ଅହମଦାବାଦ ପହଞ୍ଚିଥିଲେ, ସେଠାରେ ବିଜେପି କାର୍ଯ୍ୟାଳୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରି ସମ୍ବୋଧିତ କରିଥିଲୋ ମୋଦି ପହଞ୍ଚିବା ପରେ ଧୁମଧାମରେ ବିଜୟ ଉତ୍ସବ ପାଳନ କରାଯିବ ବୋଲି ଆଶା କରାଯାଉଥିଲା । ହେଲେ ମୋଦି ପହଞ୍ଚିବା ପରେ ନା ବାଣ ଫୁଟିଲା ନା ମିଠା ବଂଟାହେଲେ । ସୁରଟ କୋଚିଂ ସେଂଟର ଘଟଣା ପାଇଁ ପ୍ରଧାମନ୍ତ୍ରୀଙ୍କ ଆଗମନରେ ମଧ୍ୟ ଉତ୍ସବ ପାଳନ ରକାଯାଇ ନାହିଁ । ସୁରଟ କୋଚିଂ ସେଟରେ ହୋଇଥିବା ଅଗ୍ନିକାଣ୍ଡ କାରଣରୁ ଚାତ୍ରଛାତ୍ରୀଙ୍କୁ ମୃତ୍ୟୁ ପରେ ବିଜେପି ନିରାଡ଼ମ୍ବରପୂର୍ଣ୍ଣ ଭାବେ ବିଜୟ ଖୁସି ମନାଇବା ପାଇଁ ମନନ୍ଥ କରିଥଲା ।

ସୂଚନାଯୋଗ୍ୟ ୨୩ ମେରେ ମୋଦିଙ୍କୁ ବଡ଼ ବିଜୟ ମିଳିବା ସହ ୨୪ ମେରେ ଗୁଜରାଟ ସୁରଟରେ ବଡ଼ ଦୁର୍ଘଟଣା ଘଟିଥିଲା । ସୁରଟର ଏକ କୋଚିଂ ସେଣ୍ଟରରେ ଅଗ୍ନକାଣ୍ଡ ଯାଗୁଁ ୨୦ କୋମଳମତି ଛାତ୍ରଛାତ୍ରୀ ପ୍ରାଣ ହରାଇଥିଲେ । ଗୁଜରାଟରେ ଲୋକଙ୍କୁ ଉଦବବୋଧନ ଦେବା ସମରେ ମୋଦି ଏହି ଘଟଣା ପାଇ ଦୁଃଖ ପ୍ରକାଶ କରିଛନ୍ତି ।