କନକ ବ୍ୟୁରୋ : ରୋଗୀ ଓ ରୋଗୀ ସଂପର୍କୀୟଙ୍କ ମୁହଁରେ ହସ । ଏଣିକି କେବଳ ଦିନରେ ନୁହେଁ ରାତିରେ ବି ମିଳୁଛି ଆହାର । ରାଜ୍ୟ ସରାକର ଜାନୁୟାରୀ ପହିଲାରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ରାତିରେ ମିଳୁଛି ଆହାର । ଦିନ ଭଳି ରାତିରେ ବି ଆହାର କେନ୍ଦ୍ରରେ ଲାଗିଛି ରୋଗୀ ଓ ରୋଗୀଙ୍କ ସଂପର୍କୀୟ । ଜାନୁଆରୀ ୧ରୁ ମୁଖ୍ୟମନ୍ତ୍ରୀ ରାତିରେ ଆହାର ଯୋଜନାର ଶୁଭାରମ୍ଭ କରିବା ପରେ ମେଡିକାଲ ଆହର କେନ୍ଦ୍ରରେ ରାତିରେ ବି ଖାଦ୍ୟ ଯୋଗାଇ ଦିଆଯାଉଛି । ସରାକରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସଂପର୍କୀୟମାନେ ୫ ଟଙ୍କାରେ ଭାତ, ଡାଲମା ଓ ଖଟା ପେଟ ପୁରେଇ ଖାଇ ପାରୁଛନ୍ତି । ଆଗରୁ ବାହାର ହୋଟେଲରେ ୬୦ରୁ ୭୦ ଟଙ୍କା ଦେଇ ସାଧା ମିଲ୍ ଖାଇବାକୁ ବାଧ୍ୟ ହେଉଥିଲେ ।
ସୁନ୍ଦରଗଡ ଡାକ୍ତରଖାନା ଆହାର କେନ୍ଦ୍ରରେ ଦିନରେ ୬୦୦ ମିଲ୍ ଆୟୋଜନ କରାଯାଉଛି । ସେହିଭଳି ରାତିରେ ୨୫୦ ମିଲ ପ୍ରସ୍ତୁତ କରାଯାଉଛି । ଆହାର କେନ୍ଦ୍ରକୁ ସଫା ସୁତରା ରଖିବା ସହ ଲୋକେ କିଭଳି ସୁବିଧାରେ ଖାଇ ପାରିବେ ସେନେଇ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦର ଅଧିକାରୀ ନଜର ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/vlcsnap-2019-01-02-17h07m30s210-300x240.png)
/kanak/media/post_attachments/wp-content/uploads/2019/01/vlcsnap-2019-01-02-17h07m47s760-300x240.png)