ମହାରାଷ୍ଟ୍ରରୁ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ ! ନିର୍ବାଚନ ପରେ ରାଫେଲ ଡିଲର ଯାଂଚ ହେବ, ଚୌକିଦାର ଭୋଗିବେ ଜେଲଦଣ୍ଡ

88

କନକ ବ୍ୟୁରୋ : ନିର୍ବାଚନୀ ବିଗୁଲ ବାଜି ସାରିଛି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନଙ୍କ ସାଧାରଣ ସଭା, ରୋଡ଼ସୋ ଓ ରାଲି କରୁଛନ୍ତି ବଡ଼ ବଡ଼ ନେତା । ୨୦୧୯ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରଚାର । ପ୍ରଚାର ମୈଦାନରେ ବଡ଼ ବଡ଼ ନେତା । ନିର୍ବାଚନର ତାରିଖ ଯେେତେ ପାଖେଇ ଆସୁଛି ନେତାଙ୍କ ପ୍ରଚାର ସେତିକି ଜମିବାରେ ଲାଗିଛି । ମୁହାଁମୁହିଁ ମୁକାବିଲା ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତ । ଏହି ପରିପେକ୍ଷୀରେ ଗତକାଲି ମହାରାଷ୍ଟ୍ରର ନାଗପୁରରେ ଏକ ବଡ଼ ଜନସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ।

ରାଫେଲ ଡିଲ୍ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣୁଥିବା ରାହୁଲ ଗାନ୍ଧୀ ଏହି ସମ୍ମନ୍ଧରେ ଆମ ପାଦେ ଆଗେଇ ଏବ ବଡ଼ ବୟାନ ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ନିର୍ବାଚନ ପରେ ରାଫେଲ ଡିଲର ଯାଂଚ ହେବ । ଚୌକିଦାର ଜେଲରେ ଯିବେ । ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଦୀଙ୍କ ଏହି ବୟାନ ଖୁବ ମହତ୍ୱପୂର୍ଣ୍ଣ କୁହାଯାଉଛି । ପୂର୍ବରୁ ବାରମ୍ବାର ‘ଚୌକିଦାର ଚୋର ହେ’ ଶବ୍ଦ ବ୍ୟବହାର କରି ମୋଦିଙ୍କ ଉପରେ ବର୍ଷୁଥିଲେ ରାହୁଲ । ଆଉ ଏବେ ଲୋକସଭା ନିର୍ବାଚନ ପୂର୍ବରୁ ଚୌକିଦାରଙ୍କୁ ଜେଲକୁ ପଠାଇବା କଥା କହିଛନ୍ତି ।

ଗତକାଲି ମହାରାଷ୍ଟ୍ର ନାଗପପୁରର ଏକ ନିର୍ବାଚନୀ ସଭାରେ ଯୋଗଦେଇ ଏପରି କହିଛନ୍ତି ରାହୁଲ । ୨୦୧୯ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ତାଙ୍କ ରାଫେଲ ଡିଲ ନେଇ ଯାଂଚ କରାଯିବ । ରାହୁଲ ଅଭିଯୋଗ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଦ୍ଧ ବିମାନ ସଉଦାରେ ପରିବର୍ତ୍ତନ କରିଛନ୍ତି । ଆଉ ଏହାଦ୍ୱାରା ଯୁଦ୍ଧ ବିମାନର ମୂଲ୍ୟ ବୃଦ୍ଧି ହୋଇଯାଇଛି । ରାଫେଲ ବିମାନ ସଉଦାରେ ଭ୍ରଷ୍ଟାଚାର ହୋଇଛି । ସେ କହିଛନ୍ତି ରକ୍ଷା ମନ୍ତ୍ରାଳୟର ଦସ୍ତାବିଜ ଅନୁସାରେ ନରେନ୍ଦ୍ର ମୋଦି ମୂଳ ସଉଦାରେ ପରିବର୍ତ୍ତନ କରି ବିମାନ ୧୬୦୦ କୋଟି ଟଙ୍କାରେ କିଣିଛନ୍ତି । ମହଙ୍ଗା ବିମାନ କିଣିବା ଦ୍ୱାରା ଉଦ୍ୟୋଗପତି ଅନୀଲ ଆମ୍ବାନୀଙ୍କୁ ଫାଇଦା ହୋଇଛି ।