ପାଠପଢ଼ା ସହ ମା’ର କର୍ତ୍ତବ୍ୟ କଲେ ଆଫଗାନୀ ମହିଳା ! ଦୁଇ ମାସର ଛୁଆକୁ କୋଳରେ ଧରି ଦେଲେ ପରୀକ୍ଷା

56

କିଛି କରିବାର ଇଚ୍ଛା ଅଛି ଥିଲେ ଦୁନିଆର କୌଣସି ଶକ୍ତି ଅଟକାଇ ପାରିବ ନାହିଁ । ଦୃଢ଼ ମନୋବଳ ଓ କଠିନ ପରଶ୍ରମ ବଳରେ ସବୁକିଛି ସମ୍ଭବ ହୋଇପାରିବ । ଇଚ୍ଛା ଥିଲେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ହାରିବ ନାହିଁ । ଠିକ ଏପରି ହିଁ ହୋଇଛି ଜଣେ ମହିଳାଙ୍କ କ୍ଷେତ୍ରରେ । ଉକ୍ତ ମହିଳାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯିଏ ନିଜ ଦୁଇ ମାସର ଛୁଆକୁ କୋଳରେ ଧରି ପରୀକ୍ଷା ଦେଇଛନ୍ତି । ଏହି ମହିଳାଙ୍କ ନାମ ଜହାଁ ତାବ ଏବଂ ବୟସ ୨୫ବର୍ଷ ଅଟେ । ଆଫଗାନିସ୍ତାନର ନୀଲିସିଟିର Nasirkhosraw Higher Education Institute ରେ ସୋସିଆଲ ସାଇନ୍ସ ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଦେବା ପାଇଁ ପହଞ୍ଚିଥିଲେ । ଆଉ ଏହା ପରଠାରୁ ତାଙ୍କର ଏହି ଫୋଟୋ କ୍ରମାଗତ ଭାବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତାବ ଯେଉଁ କଲେଜରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଦେଉଥିଲେ, ତାକୁ କାଙ୍କୋର ପରୀକ୍ଷା କୁହାଯାଏ । ଯେତେବେଳେ ସେ ପରୀକ୍ଷା ଦେଉଥିଲେ ସେହି ସମୟରେ ତାଙ୍କର ଦୁଇ ମାସର ଛୁଆଟି କାନ୍ଦିବାକୁ ଲାଗିଥିଲା । ଆଉ ଏହା ପରେ ସେ ତଳେ ବସି ପଡିଥିଲେ ଏବଂ ଛୁଆଟିକୁ କୋଳରେ ବସାଇ ଚୁପ କରିବା ସହ ପରୀକ୍ଷା ମଧ୍ୟ ଦେଇଥିଲେ । ସେଠାରେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଜଣେ ଶିକ୍ଷକ ୟାହ୍ୟା ଇରଫା, ଜହାଁ ତାବଙ୍କ ଛୁଆଟିକୁ କୋଳରେ ବସାଇ ପରୀକ୍ଷା ଦେଉଥିବାର ଦେଖି ସେ ନିଜ ମୋବାଇଲରେ ତାଙ୍କ ଫୋଟୋ ଉଠାଇଥିଲେ । ଏବଂ ଏହି ଫୋଟୋଟିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ।
ଚାଷୀଙ୍କ ସହ ହୋଇଥିଲା ବାହାଘର ।

ସିଏନଏନ ରିପୋର୍ଟ ଅନୁଯାୟୀ, ତାବଙ୍କର ବାହାଘର ଜଣେ ଚାଷୀଙ୍କ ସହ ହୋଇଥିଲା । ସେ ଅତ୍ୟନ୍ତ ଗରିବ ପରିବାରରୁ ଆସିଛନ୍ତି । ତାଙ୍କର ତିନୋଟି ଛୁଆ ଅଛନ୍ତି । ଗରିବ ହେଲେ ମଧ୍ୟ ସେ ଅଧାରୁ ପାଠପଢା ଛାଡିନଥିଲେ । ଯେତିକି ଦାୟିତ୍ୱରେ ସେ ପରୀକ୍ଷା ଦେଇଥିଲେ ଏବଂ ମା ର କର୍ତ୍ତବ୍ୟ ମଧ୍ୟ ପାଳନ କରିଥିଲେ । ତେବେ ତାଙ୍କର କଷ୍ଟ ବିଫଲ ହୋଇଛି । ସେ ୧୫୨ ନମ୍ବରରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏବେ ସେ କଲେଜରେ ପଢିବା ପାଇଁ ଆଗ୍ରହୀ ଅଛନ୍ତି । କିନ୍ତୁ ଘରର ଆର୍ଥିକ ପରିସ୍ଥିତି ସେତେ ବି ଭଲ ନାହିଁ କି ସେ କଲେଜର ଫି ଦେଇପାରିବେ । ଆଉ ଏଥି ପାଇଁ ଏକ ବ୍ରିଟିଶ ସଂସ୍ଥା ଅଫଗାନ ୟୁଥ ଆସୋସିଏସନ୍ Fund Meର ନାମରେ ଏକ ପ୍ରଚାର ଆରମ୍ଭ କରିଛନ୍ତି । ଯେପରି ତାଙ୍କର କଲେଜ ଫି ର ବନ୍ଦୋବସ୍ତ ହୋଇପାରିବ । ତେବେ ତାବଙ୍କର ଏହି ଫୋଟୋ କ୍ରମାଗତ ଭାବେ ଟ୍ୱିଟର ଏବଂ ଫେସବୁକରେ ଭାଇରାଲ ହେଉଛି । ଯେଉଁଥିପାଇଁ ଲୋକମାନେ ତାଙ୍କର ଏହି ଚେଷ୍ଟାକୁ ପ୍ରଂଶସା କରିଛନ୍ତି ।