ଅନ୍ତରାଷ୍ଟ୍ରୀୟ ଦୁବାଇ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଆଦିତ୍ୟ ଚୋପ୍ରାଙ୍କ ସିନେମା “ବେଫିକ୍ରେ’

49

ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ ସିନେମା “ବେଫିକ୍ରେ’ କୁ ୧୩ ତମ ଅନ୍ତରାଷ୍ଟ୍ରୀୟ ଦୁବାଇ ଫିଲ୍ମ ଫେଷ୍ଟିଭାଲ( ଡିଆଇଏଫଏଫ)ରେ ପ୍ରଦର୍ଶିତ କରାଯିବ ବୋଲି ଜଣାପଡିଛି । ଆସନ୍ତା ମାସରେ ଏହି ଫିଲ୍ମ ଫେଷ୍ଟିଭାଲର ଆୟୋଜନ ହେବାସହ ଡିସେମ୍ବର ୮ରେ ଏହି ସିନେମାକୁ ସେଠାରେ ପ୍ରଦର୍ଶିତ କରାଯିବ ।

ରଣବୀର ସିଂ ଓ ବାଣୀ କପୁରଙ୍କ ଅଭିନୀତ ଏହି ସିନେମାର ଅଧିକାଂଶ ସୁଟିଂ ହୋଇଛି ପ୍ୟାରିସରେ । ଏକ ବିଂଶ ଶତାଦ୍ଦୀର ପ୍ରେମ କାହାଣୀ ଉପରେ ଆଧାରିତ ହୋଇଛି ଏହି ସିନେମା । ଏହା ପୂର୍ବରୁ ଡିଆଇଏଫଏଫରେ ‘କାବୁଲ ଏକ୍ସପ୍ରେସ’ , ‘ରକେଟ ସିଂ : ସେଲସମ୍ୟାନ ଅଫ ଦ ଇୟର’ , ‘ଲେଡିଜ ଭର୍ସେସ ରିକି ବେହେଲ’ ଇତ୍ୟାଦି ବଲିଉଡ ସିନେମା ପ୍ରଦର୍ଶିତ ହୋଇସାରିଛି ।